ଆତ୍ମହତ୍ୟାପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କଲେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଗୌରବ ଦତ୍ତଙ୍କ ଆତ୍ମହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। ୧୯ ୮୬ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଗୌରବ ଦତ୍ତଙ୍କ ସୁଇସାଇଡ୍‌ ନୋଟ୍‌ ମିଳିଛି। ଏଥିରେ ଗୌରବ ଦତ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ଏହି ସୁଇସାଇଡ ନୋଟ୍‌ରେ ସେ ନିଜର ଆତ୍ମହତ୍ୟା ପାଇଁ ସିଧାସଳଖ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଗୌରବ ଦତ୍ତ ଅଭିଯୋଗ କରିଛନ୍ତି ଗତ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ,ଯେଉଁଥିପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବୃଆରି ୧୬ ତାରିଖରେ ପଦ୍ମଶ୍ରୀ ଆଇପିଏସ ଅଧିକାରୀ ଗୋପାଳ ଦତ୍ତଙ୍କ ପୁଅ ଗୌରବ ଦତ୍ତ ନିଜ ହାତର ଶିରାକାଟି ଆତ୍ମହତ୍ୟା କରିଥିଲେ। ଗୌରବ ଦତ୍ତ ନିଜର ସୁଇସାଇଟ ନୋଟ୍‌ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଉପରେ ଚାଲୁଥିବା ଦୁଇଟି ମାମଲାକୁ ବନ୍ଦ କରିବାକୁ ମନା କରିଦେଇଥିଲେ।ଏଥିମଧ୍ୟରୁ ପ୍ରଥମ କେସ୍‌ର ଫାଇଲ ରାଜ୍ୟ ସରକାର ହଜାଇ ଦେଇଥିଲେ। ମୃତ ଗୌରବ ଦତ୍ତଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କ ଆତ୍ମହତ୍ୟା ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର