ସେବାନିବୃତ୍ତ ଆଇଏନ୍‌ଏସ୍‌ ବିରାଟକୁ ଆଉ ଭାଙ୍ଗନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ନୌସେନା ସେବାରୁ ଅବସର ନେଇଥିବା ବିମାନବାହୀ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ବିରାଟକୁ ଆଉ ଭଙ୍ଗାଭଙ୍ଗି ନ କରିବା ଲାଗି ସୁପ୍ରିମ୍‌କୋର୍ଟ ଗୁରୁବାର ନିର୍ଦ୍ଦେଶ କରିଛନ୍ତି। ଏହି ବିରଳ ଜାହାଜକୁ ଏକ ସଂଗ୍ରହାଳୟରେ ପରିଣତ କରିବାକୁ ଚାହୁଥିବା ଏକ କମ୍ପାନିର ଆବେଦନ ଉପରେ ଶୁଣାଣି କରି ପ୍ରଦାନ ବିଚାରପତି ଏସ୍‌ ଏ ବୋବ୍‌ଡ଼େଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମର୍ମରେ କେନ୍ଦ୍ର ସରକାର ଓ ଜାହାଜକୁ ଭାଙ୍ଗି ତାହାର ଅଂଶକୁ ବଜାରରେ ବିକିବା ଲାଗି ନିଲାମ ନେଇଥିବା ସଂସ୍ଥାକୁ ନୋଟିସ୍‌ ଜାରି କରିଛନ୍ତି। ସୂଚନା ଥାଉ କି, ଜାହାଜର ଭଗ୍ନାବଶେଷକୁ କବାଡ଼ି ଦରରେ ବିକିବାକୁ ଚାହୁଥିବା ଉକ୍ତ ସଂସ୍ଥାଠାରୁ ୧୦୦ କୋଟି ଟଙ୍କାରେ ଆଇଏନ୍‌ଏସ୍‌ ବିରାଟକୁ ନେବା ପାଇଁ ସଂପୃକ୍ତ ଆବେଦନକାରୀ ପ୍ରସ୍ତାବ ଦେଇଛନ୍ତି।

ସ୍ମରଣଯୋଗ୍ୟ, ଭାରତୀୟ ନୌସେନାର ଏହି କୀର୍ତ୍ତିବାନ ଜାହାଜ ୧୯୫୯ ନଭେମ୍ବରରୁ ୧୯୮୪ ଏପ୍ରିଲ ଯାଏ ବ୍ରିଟିଶ ନୌସେନାକୁ ସେବା ଯୋଗାଇଥିଲା। ପରେ ତାହାକୁ ନୂଆ ରୂପ ଦେଇ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ଏହା ଭାରତ ପାଇ ଅନେକ ଗୌରବର ମୁହୂର୍ତ୍ତ ଆଣିଥିବା ବେଳେ ଦୀର୍ଘ ୨୯ ବର୍ଷ କାଳ ସେବା କରି ୨୦୧୭ ମାର୍ଚ୍ଚ ମାସରେ ଅବସର ନେଇଥିଲା। ଏହାକୁ ଗୁଜରାଟର ଅଳାଙ୍ଗ ଜାହାଜ ଭଙ୍ଗା କାରଖାନାରେ ଟୁକୁରା ଟୁକୁରା କରା।ଯିବା ପାଇଁ ନିଲାମ ସରିଛି। ତେବେ ତାହା ସମ୍ପୂର୍ଣ୍ଣ କଳିଙ୍କି ଖାଇ ସେଠାରେ ଝଡ଼ିପଡ଼ିଲା ଯାଏ ମଧ୍ୟ କୌଣସି ମତେ ଏପରି ଖଣ୍ଡ ଖଣ୍ଡ କରି ବିକ୍ରି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ଦ୍ଦେଶ କରିଛନ୍ତି।

ସମ୍ବନ୍ଧିତ ଖବର