କୋଲକତାରେ ଆଇପିଏସ ଅଫିସରଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟରେ ମମତା ଦାୟୀ ବୋଲି ଲେଖିଲେ

କୋଲକତା :  ପଶ୍ଚିମବଙ୍ଗର ଜଣେ ଆଇପିଏସ ଅଫିସର ଆତ୍ମହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦ୍ବାରା ସେ ସବୁବେଳେ ନିର୍ଯ୍ୟାତିତ ହୋଇଆସୁଥିଲେ, ଏଣୁ ଆତ୍ମହତ୍ୟାର ପଥ ବାଛିଲେ ବୋଲି ସେ ନିଜର ଆତ୍ମହତ୍ୟା ପତ୍ରରେ ଲେଖିଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ, ୧୯୮୬ ବ୍ୟାଚର ଆଇପିଏସ ଅଫିସର ଗୌରବ ଦତ୍ତ ବିଗତ କିଛି ମାସ ଧରି ମାନସିକ ଅସ୍ଥିରତା ଦେଇ ଗତି କରୁଥିଲେ । ଗତ ୧୯ ତାରିଖରେ ତାଙ୍କ ପତ୍ନି ସଲ୍ଟଲେକ ସ୍ଥିତ ବାସଭବନରୁ ବାହାରକୁ ଯାଇ ଫେରିବା ପରେ ଗୌରବଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ  । ସେ ନିଜର ମଣିବନ୍ଧକୁ କାଟି ଆତ୍ମହତ୍ୟା କରିଥିବା ପୁଲିସ କହିଛି । ତାଙ୍କ ପାଖରୁ ମିଳିଥିବା ଆତ୍ମହତ୍ୟା ପତ୍ର ବା ସୁଇସାଇଡ ନୋଟରେ ସେ ନିଜର ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଦାୟୀ କରିଛନ୍ତି । ତାଙ୍କ ବିରୋଧରେ ତାଲିଥିବା ୨ଟି ମାମଲାକୁ ଜାଣିଶୁଣି ଚଲାଯାଇଥିଲା । ଏହାକୁ ବନ୍ଦ କରିବାକୁ ମମତା ମନା କରିଦେଇଥିଲେ । ତାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲା ପ୍ରମାଣିତ ହୋଇନଥିବାରୁ ମାମଲାକୁ ବନ୍ଦ କରିବାକୁ ନିଜେ ପୁଲିସ ଡିଜି ସୁପାରିଶ କରିଥିବାବେଳେ ମମତା ତାହାକୁ ମାନିନଥିଲେ । ଗତ ୧୦ ବର୍ଷ ଧରି ତାଙ୍କୁ ଏପରିଭାବେ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ସେ ଲେଖିଛନ୍ତି ।

ସମ୍ବନ୍ଧିତ ଖବର