ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର ଜାତୀୟ ମାନବ ଅଧିକାର କମିସନ(ଏନ୍ଏଚ୍ଆର୍ସି) ର ନୂଆ ଅଧ୍ୟକ୍ଷ ଦାୟିତ୍ବ ବୁଧବାର ଗ୍ରହଣ କରିଛନ୍ତି। ଗତବର୍ଷ ଅଗଷ୍ଟରେ ସେ ସୁପ୍ରିମ କୋର୍ଟର ବିଚାରପତି ପଦରୁ ଅବସର ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ନେଇ ଗଠିତ କମିଟି ତାଙ୍କ ନାମକୁ ଉକ୍ତ ପଦ ପାଇଁ ସୁପାରିସ କରିଥିଲା। ୧୯୧୮ରେ ଆଇନଜୀବୀ ଭାବେ ଜଷ୍ଟିସ ମିଶ୍ର ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୮-୯୯ରେ ସେ ଭାରତୀୟ ବାର୍ କାଉନସିଲର ସର୍ବକନିଷ୍ଠ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୯ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ନିଯୁକ୍ତି ହୋଇଥିଲେ। ଏହାପରେ ରାଜସ୍ଥାନ ଏବଂ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୪ ଜୁଲାଇ ୭ରେ ସେ ସୁପ୍ରିମ କୋର୍ଟର ବିଚାରପତି ପଦକୁ ପଦୋନ୍ନତି ପାଇଥିଲେ।
ଏନ୍ଏଚ୍ଆର୍ସି ଅଧ୍ୟକ୍ଷ ଦାୟିତ୍ବ ନେଲେ ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର
/sambad/media/post_attachments/wp-content/uploads/2021/06/564564j56d4j56dgjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)