ଗୌହାଟି: ଗତ ଜୁଲାଇରେ ପ୍ରକାଶ ପାଇଥିବା ଆସାମ୍ ଏନ୍ଆରସି (ରାଷ୍ଟ୍ରୀୟ ନାଗରିକ ପଞ୍ଜିକା) ଚିଠା ତାଲିକାରେ ୪୦ ଲକ୍ଷ ଲୋକ ବାଦ୍ ପଡ଼ିଥିଲେ। ଏବେ ଏହି ଏନ୍ଆରସି ତାଲିକାରୁ ବାଦ୍ ପଡ଼ିଥିବା ଆସାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି। ଏନ୍ଆରସି ତାଲିକାରେ ନିଜ ନଁା ନଥିବାରୁ େସ ଅନେକ ଦିନ ହେବ ବିଷାଦରେ ରହିଥିଲେ। ନିଜକୁ ନିଜ ଦେଶର ନାଗରିକତ୍ବ ପରିଚୟ ମିଳିନଥିବାରୁ ସେ ଖୁବ୍ ଅପମାନିତ ହୋଇଥିଲେ। ଶେଷରେ ସ୍ବଦେଶର ହୋଇ ମଧ୍ୟ ନିଜ ପଛରେ ଯେଉଁ ବିଦେଶୀ ଛିଟା ଲାଗିଥିଲା ସେହି ଅପମାନ ସହିନପାରି ସେ ଆତ୍ମହତ୍ୟା କରିଦେଇଛନ୍ତି।
ଆସାମ ଏନ୍ଆରସି ତାଲିକାରେ ନଁା ନଥିଲା:ଅବସରପ୍ରାପ୍ତ ଶିକ୍ଷକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/10/hangmans-1-1.jpg)
/sambad/media/agency_attachments/2024-07-24t043029592z-sambad-original.webp)