ନୂଆଦିଲ୍ଲୀ: ଚାକିରିରୁ ଅବସର ନେବା ପରେ ସମସ୍ତଙ୍କର ଚିନ୍ତା ବଢ଼ିଯାଇଥାଏ। ବଢୁଥିବା ଖର୍ଚ୍ଚ ସହିତ ପେନସନ ଟଙ୍କା ଚଳିବା କଷ୍ଟକର ହୋଇଥାଏ। ତେବେ ରିଟାୟରମେଣ୍ଟ ଫମୂର୍ଲା ୫୫୫ ଅବସର ପରେ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ଏହି ଫର୍ମୂଲା ଅନ୍ତର୍ଗତ ୨୫ ବର୍ଷ ବୟସରେ ଜଣେ ମାସିକ ୫୦୦୦ ଟଙ୍କା ଜମା କରିବା ଆରମ୍ଭ କଲେ ୩୦ ବର୍ଷ ପରେ ୫୫ ବର୍ଷ ବୟସ ବେଳକୁ ତାଙ୍କୁ ପ୍ରାୟ ୨.୬୪ କୋଟି ଟଙ୍କା ମିଳିବ।
ଏହା ଅନ୍ତର୍ଗତ ଜଣେ ୩୦ ବର୍ଷ ମଧ୍ୟରେ ପ୍ରାୟ ୩୯.୮୩ ଲକ୍ଷ ଟଙ୍କା ଜମା କରିବେ। ତେବେ ଜମା ଟଙ୍କା ଉପରେ ୨.୨୩ କୋଟି ଟଙ୍କାର ସୁଧ ମିଳିବ। ଯଦି ଜଣେ ୫୦ ବର୍ଷ ବୟସରେ ଅବସର ନେବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ୩ ଉପାୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ପଡ଼ିବ। ୟ ତାଙ୍କୁ ମାସକୁ ୫ ହଜାରରୁ ଅଧିକ ଜମା କରିବାକୁ ପଡ଼ିବ କିମ୍ବା ବାର୍ଷିକ ଅଧିକ ଟଙ୍କା ଜମା କରିବାକୁ ହେବ। ଅବା ହାଇ ରିସ୍କ ସହିତ ହାଇ ରିଟର୍ଣ୍ଣ କରିବାକୁ ହେବ।
ଅବସର ପରେ ପାଖରେ ଏକ ବୃହତ ଜମା ପରିମାଣ ରହିବା ଦ୍ବାରା ପରବର୍ତ୍ତୀ ଜୀବନ ସହଜ ହୋଇ ପାରିବ।