ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ନମନ ଓଝା ସୋମବାର ସମସ୍ତ ଫର୍ମାଟ୍ କ୍ରିକେଟରୁ ଅବସର ନେଇଛନ୍ତି। ଭାରତ ପାଇଁ ଗୋଟିଏ ଟେଷ୍ଟ୍, ଗୋଟିଏ ଦିନିକିଆ ଏବଂ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ନମନ ଦୀର୍ଘ ୨୦ ବର୍ଷ ଧରି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ୩୭ ବର୍ଷୀୟ ନମନଙ୍କ ନାମରେ ରଣଜୀ ଟ୍ରଫିର ସର୍ବାଧିକ ଡିସମିସାଲ୍ କୀର୍ତ୍ତିମାନ ରହିଛି। ପ୍ରଥମ ଶ୍ରେଣୀରେ ୧୪୬ ମ୍ୟାଚ୍ ଖେଳି ସେ ୪୧.୬୭ ହାରରେ ୨୨ ଶତକ, ୫୫ ଅର୍ଦ୍ଧଶତକ ସହ ୯୭୫୩ ରନ୍ କରିଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ୨୧୯* ରହିଛି। ଏହା ବ୍ୟତୀତ ସେ ୧୪୩ ଲିଷ୍ଟ୍ ‘ଏ’ ମ୍ୟାଚ୍, ୧୮୨ ଟି-୨୦ ମ୍ୟାଚ୍ ଖେଳିଥିଲେ। ଆଇପିଏଲ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସ, ରାଜସ୍ଥାନ ରୟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ପାଇଁ ମିଳିତ ଭାବେ ୧୧୩ ମ୍ୟାଚ୍ ଖେଳିଥିଲେ। ୨୦୧୨ରେ ଡେଭିଡ୍ ୱାର୍ନରଙ୍କ ସହ ଦ୍ବିତୀୟ ୱିକେଟ୍ ପାଇଁ ୧୮୯ ରନ୍ର ଭାଗୀଦାରି ଗଢ଼ିବା ଏବେ ମଧ୍ୟ ଦିଲ୍ଲୀ ପାଇଁ ସର୍ବୋଚ୍ଚ ଭାଗୀଦାରି ରହିଛି। ଆଇପିଏଲ୍ ଇତିହାସରେ ଏହା ପଞ୍ଚମ ସର୍ବୋଚ୍ଚ ଭାଗୀଦାରି। ବିଗତ କିଛି ଋତୁରେ ଫର୍ମ ଖରାପ କାରଣରୁ ସେ ଦଳରେ ନିୟମିତ ସ୍ଥାନ ପାଉନଥିବାରୁ ଶେଷକୁ ଅବସର ଘୋଷଣା କରିଥିବା ବିଶ୍ବାସ କରାଯାଉଛି।
ନମନ ଓଝାଙ୍କ ଅବସର
/sambad/media/post_attachments/wp-content/uploads/2021/02/Naman-Ojha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)