ଚାକିରିରୁ ବହିଷ୍କାର ହୋଇଥିବା ପିଏସୟୁ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ମିଳିବ ନାହିଁ

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ କାମ କରୁଥିବା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର। ସରକାର ପେନସନ ନିୟମରେ ପରିବର୍ତ୍ତନ କରିଛନ୍ତି। ପିଏସୟୁ ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗର କୌଣସି କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବା କ୍ଷେତ୍ରରେ, ତାଙ୍କୁ ଅବସରକାଳୀନ ସୁବିଧା ମିଳିବ ନାହିଁ। 

ଅଦ୍ୟତନ ହୋଇଛି
nnn

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ କାମ କରୁଥିବା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର। ସରକାର ପେନସନ ନିୟମରେ ପରିବର୍ତ୍ତନ କରିଛନ୍ତି। କୌଣସି ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ) ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗର କୌଣସି କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବା କ୍ଷେତ୍ରରେ, ତାଙ୍କୁ ଅବସରକାଳୀନ ସୁବିଧା ମିଳିବ ନାହିଁ। 

ଏହି ସୂଚନା ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ ଏପରି ବହିଷ୍କାରର ନିଷ୍ପତ୍ତି ସମ୍ପୃକ୍ତ ପ୍ରଶାସନିକ ମନ୍ତ୍ରଣାଳୟ ଦ୍ୱାରା ସମୀକ୍ଷା କରାଯିବ। କାର୍ମିକ ମନ୍ତ୍ରଣାଳୟ ଏହି ସମ୍ବନ୍ଧରେ କେନ୍ଦ୍ରୀୟ ସିଭିଲ ସେବା (ପେନସନ) ନିୟମ, ୨୦୨୧ରେ ବଡ଼ ପରିବର୍ତ୍ତନ କରିଛି। ଅର୍ଥାତ୍, ଯଦି ଜଣେ କର୍ମଚାରୀ ବେଆଇନ କାମରେ ଜଡିତ ବୋଲି ଜଣାପଡ଼େ ଏବଂ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଏ, ତେବେ ତାଙ୍କୁ ପେନସନ ମିଳିବ ନାହିଁ।

ନିକଟରେ ଅଧିସୂଚିତ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ୍ (ପେନସନ୍) ସଂଶୋଧନ ନିୟମ, ୨୦୨୫ ଅନୁଯାୟୀ, ଯଦି କୌଣସି କର୍ମଚାରୀ ସରକାରୀ କମ୍ପାନୀରେ ଚାକିରି ପାଆନ୍ତି ଏବଂ କୌଣସି ଦୁର୍ନୀତି ପାଇଁ ସେହି କମ୍ପାନୀରୁ ବହିଷ୍କାର ହୁଅନ୍ତି, ତେବେ ତାଙ୍କର ଅବସରକାଳୀନ ସୁବିଧା ବାଜ୍ୟାପ୍ତ ହେବ। 

କେନ୍ଦ୍ରୀୟ ସିଭିଲ୍ ସେବା (ପେନସନ୍) ନିୟମ, ୨୦୨୧ ଡିସେମ୍ବର ୩୧, ୨୦୦୩ ରେ କିମ୍ବା ପୂର୍ବରୁ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ । ତେବେ ଏହା ରେଳ କର୍ମଚାରୀ, କାଜୁଆଲ ଏବଂ ଦୈନିକ ମଜୁରୀ ନିଯୁକ୍ତିରେ ନିୟୋଜିତ ବ୍ୟକ୍ତି ଏବଂ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୁଲିସ ସେବା (ଆଇପିଏସ) ଏବଂ ଭାରତୀୟ ବନ ସେବାର ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe