Image Courtesy of News 18
ନୂଆଦିଲ୍ଲୀ: କୋହିନୂର୍ ହୀରା ଭାରତକୁ ଫେରସ୍ତ ଦିଆଯିବା ଉଚିତ ବୋଲି କି, ବୋଲି ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ନରିନ୍ଦର୍ କୌର୍ ଏବଂ ‘ଜି.ବି. ନିଉଜ୍’ର ସାମ୍ବାଦିକା ଇମ୍ମା ୱେବ୍ କରିଥିବା ବିତର୍କ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଏହି ପ୍ରସଙ୍ଗକୁ ଭିତ୍ତି କରି ଦୁଇ ସାମ୍ବାଦିକାଙ୍କ ମଧ୍ୟରେ ଯୁକ୍ତି ପ୍ରବଳ ହୋଇଥିଲା। ଭାରତର ସ୍ବାଧୀନତା ସଂଗ୍ରାମ ବେଳେ ବ୍ରିଟିସ୍ ନେଇ ଆସିଥିବା ଉକ୍ତ ହୀରା ଉପର ଭାରତର ଅଧିକାର ଅଛି ବୋଲି କୌର୍ ଦାବି କରିଥିଲେ।
ଅନୁମତି ବା ସମ୍ମତିକ୍ରମେ ଏହାକୁ ହାସଲ କରାଯାଇଥିବା କଥା ସାମ୍ବାଦିକା ୱେବ୍ କହିବାରୁ ନରିନ୍ଦର୍ କହିଲେ, ଆପଣ ଇତିହାସ ଜାଣନ୍ତି ନାହିଁ। ଏହି ହୀରା ଉପନିବେଶବାଦ ଓ ରକ୍ତପାତର ପ୍ରତିନିଧିତ୍ବ କରୁଛି। ଏହାକୁ ଭାରତକୁ ଫେରାଇ ଦିଅ। ଏହି ହୀରାକୁ ଦେଖିବା ପାଇଁ ଜଣେ ଭାରତୀୟ ପିଲା କାହିଁକି ସୁଦୂର ଇଂଲଣ୍ଡ୍କୁ ଆସିବ। ପୁଣି, ଏହାକୁ ଦେଖିବାକୁ ପଇସା ଦେବ।
Image Courtesy of Firstpostୱେବ୍ କହିଥିଲେ, ସେତେବେଳରକାର ଶାସକ ମଧ୍ୟ ଲାହୋର୍ର ଶାସକ ଥିଲେ ଏବଂ ପାକିସ୍ତାନ ମଧ୍ୟ ଏହି ହୀରାକୁ ପାଇବାକୁ ଦାବି କରିବ? ଏହାକୁ ସେମାନେ ପାରସ୍ୟ ସାମ୍ରାଜ୍ୟରୁ ଚୋରାଇ ଆଣିଥିଲେ। ପାରସ୍ୟ ସାମାଜ୍ୟ ମଧ୍ୟ ମୋଗଲ୍ ସାମ୍ରାଜ୍ୟ ଆକ୍ରମଣ କରିଥିଲେ, ତେଣୁ ଏହା ଅନୁମତି ବା ସମ୍ମତିକ୍ରମେ ମିଳିଥିବା ସାମଗ୍ରୀ।
ପରେ ନରିନ୍ଦର ଟୁଇଟ୍ କରି କହିଲେ ଯେ, କୋହିନୂର ହୀରା ଭାରତରୁ ମିଳିଥିଲା ଓ ଭାରତରେ ଖୋଦେଇ କରାଯାଇଥିଲା। ତେଣୁ, ଏହାକୁ ଭାରତ ସରକାରଙ୍କୁ ଫେରସ୍ତ କରାଯିବା ଉଚିତ।
ଉଲ୍ଲେଖଯୋଗ୍ୟ, ଇଂଲଣ୍ଡ୍ ଦାବି କରୁଛି ଯେ, ୧୧ ବର୍ଷ ବୟସ୍କ ଶିଖ୍ ସମ୍ରାଟ୍ ମହାରାଜା ଦୁଲୀପ ସିଂହ ୧୮୪୯ ମସିହାରେ ଏହି ହୀରାଟିକୁ ରାଣୀ ଭିକ୍ଟୋରିଆଙ୍କୁ ଉପହାର ଦେଇଥିଲେ। କିନ୍ତୁ, ଦୁଲୀପ ସିଂହଙ୍କ ମାଆ ଜିନ୍ଦ କୌର୍ ଇଷ୍ଟ୍ ଇଣ୍ଡିଆ କମ୍ପାନିଦ୍ବାରା ବନ୍ଦୀ ହୋଇଥିଲେ ଏବଂ ଭାରତର ଗଭର୍ଣ୍ଣର୍ ଜେନେରାଲ୍ ଜେମ ସ୍ ଆଣ୍ଡ୍ରିଉ ବ୍ରନ୍-ରାମ୍ସେ ଓରଫ୍ ଲର୍ଡ ଡେଲ୍ହାଉସି ଏହାକୁ ଯୁଦ୍ଧରେ ଶତ୍ରୁଠାରୁ ଛଡ଼ାଇ ନିଆଯାଇଥିବା କଥାକୁ ଇଂଲଣ୍ଡ୍ ଏଡ଼ାଇ ଦେଉଛି।
Follow Us