ନୂଆଦିଲ୍ଲୀ:ଦିଲ୍ଲୀରେ ଜଣେ ବ୍ୟକ୍ତି ନିଜର ଲକ୍ଷାଧିକ ଟଙ୍କା ଭର୍ତ୍ତି ଥିବା ବ୍ୟାଗକୁ ଏୟାରପୋର୍ଟ ଏକ୍ସପ୍ରେସ ଲାଇନର ଆଇଜିଆଇ ଏୟାରପୋର୍ଟ ଷ୍ଟେସନରେ ଛାଡ଼ି ପଳାଇଥିଲେ । ଏହି ବ୍ୟାଗରେ ତାଙ୍କର ମୋବାଇଲ ଫୋନ, ଏକ ହାତ ଘଣ୍ଟା ଓ ୧ ଲକ୍ଷ ୬୪ ହଜାର ୬୩୦ ଟଙ୍କା ଥିଲା ।କିନ୍ତୁ ସେ ନିଜର ଏହି ବ୍ୟାଗକୁ ଫେରି ପାଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ସିଆଇଏସଏଫ ମୁଖପାତ୍ର ହେମେନ୍ଦ୍ର ସିଂହ କହିଛନ୍ତି ଯେ ରବିବାର ସନ୍ଧ୍ୟା ପାଖାପାଖି ୫ଟାରେ ସମୟରେ ଆଇଜିଆଇ ଏୟାରପୋର୍ଟ ମେଟ୍ରୋ ଷ୍ଟେସନରେ ମୁତୟନ ଏଏସଆଇ ହରି ସିଂହ ଏଣ୍ଟ୍ରି ପଏଣ୍ଟରେ ଲାଗିଥିବା ସ୍କାନରର ଆଉଟପୁଟ ରୋଲର ଉପରେ ଥିବା ଏକ ବ୍ୟାଗ ପାଇଥିଲେ ।ସେ କିଛି ଲୋକଙ୍କୁ ଏନେଇ ପଚରାଉଚରାକରିଥିଲେ ହେଲେ କୌଣସି ବ୍ୟକ୍ତି ବ୍ୟାଗକୁ ନିଜର ବୋଲି କହି ନ ଥିଲେ ।
ସୁରକ୍ଷା ଦୃଷ୍ଟିରୁ ବ୍ୟାଗକୁ ସ୍କାନରରେ ଦୁଇ ଥର ଯାଞ୍ଚ କରାଯାଇଥିଲା । ତଦନ୍ତ ସମୟରେ ବ୍ୟାଗ ଭିତରେ କୌଣସି ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡ଼ି ନ ଥିଲା । ଫଳରେ ବ୍ୟାଗକୁ ଷ୍ଟେସନରେ ସୁରକ୍ଷିତ ଭାବେ ରଖାଯାଇଥିଲା।କିଛି ସମୟପରେ ନିଜର ହଜିଯାଇଥିବା ବ୍ୟାଗକୁ ଖୋଜି ଖୋଜି ସେଠାରେ ଫେରିଥିଲେ। ତାପରେ ତାଙ୍କୁ ବ୍ୟାଗଟିକୁ ହସ୍ତାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/st.png)