ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ ଆଡୁ ଆସିଥିବା ଗୋଟାଏ କ୍ଷେପଣାସ୍ତ୍ର ପଡ଼ିବାରୁ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ର ଜଣେ ଭିଡିଓ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ସାମ୍ବାଦିକ ଆହତ ହୋଇଛନ୍ତି ବୋଲି ଘଟଣାସ୍ଥଳରେ ଥିବା ‘ରଏଟର୍ସ’ର ଜଣେ ଭିଡିଓଗ୍ରାଫର୍ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଇସ୍ରାଏଲୀ ସେନା ଓ ଲେବାନୀୟ ଆତଙ୍କବାଦୀ ହେଜ୍ବୋଲ୍ଲାଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ସଂକ୍ରାନ୍ତରେ ରିପୋର୍ଟ ସଂଗ୍ରହ ଲାଗି ଇସ୍ରାଏଲ୍ ସୀମାନ୍ତବର୍ତ୍ତୀ ଅଲ୍ମା ଅଲ୍-ଶାବ୍ ନିକଟରେ ‘ଅଲ୍ ଜଜୀରା’ ଓ ‘ଏଜେନ୍ସି ଫ୍ରାନ୍ସ୍-ପ୍ରେସି’ ସମତେ ଅନ୍ୟାନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।
ଏହି ଘଟଣା ଲାଗି ଲେବାନନ୍ର ପ୍ରଧାନମନ୍ତ୍ରୀ ନାଜିବ୍ ମିକାତି ଓ ଜଣେ ହେଜ୍ବୋଲ୍ଲା ସାଂସଦ ଇସ୍ରାଏଲ୍କୁ ଦାୟୀ କରିଛନ୍ତି। କିନ୍ତୁ, ଅନୁରୋଧ କରି ସୁଦ୍ଧା ଏ ବିଷୟରେ ‘ଇସ୍ରାଏଲ୍ ପ୍ରତିରକ୍ଷା ବଳ’ ତୁରନ୍ତ କୌଣସି ଜବାବ ଦେଇ ନାହିଁ।
Image Courtesy of NDTVଆମେରିକା ଏହି ଘଟଣାର ତଦନ୍ତ କରିବ କହି, ଇସ୍ରାଲ୍ର ଜାତିସଂଘ ଦୂତ ଜିଲାଡ୍ ଏର୍ଡାନ୍ ଶୁକ୍ରବାର ଦିନ କହିଛନ୍ତି, କର୍ତ୍ତବ୍ୟ ସମ୍ପନ୍ନ କରୁଥିବା କୌଣସି ସାମ୍ବାଦିକଙ୍କୁ ଆକ୍ରମଣ କରିବା କି, ମାରିବାକୁ ଆମେ ଚାହୁଁନା। କିନ୍ତୁ, ଆପଣମାନେ ତ ଜାଣନ୍ତି, ଆମେ ଯୁଦ୍ଧ କରୁଛୁ। ଏମିତି ଅଘଟଣ ଘଟିପାରେ।
ଜାରି କରିଥିବା ବିବୃତିରେ ‘ରଏଟର୍ସ’ କହିଛି ଯେ, ପ୍ରସାରଣକାରୀଙ୍କୁ ‘ଲାଇଭ୍ ଭିଡିଓ’ ସିଗ୍ନାଲ୍ ଦେଉଥିବା ବେଳେ ଭିଡିଓ ସାମ୍ବାଦିକ ଇସାମ୍ ଅବ୍ଦଲ୍ଲାଙ୍କର ମୃତ୍ୟୁ ଘଟିଛି। ତାଙ୍କ କ୍ୟାମେରା ପାହାଡ଼ ଉପର ଆଡ଼କୁ ମୁହଁ କରିଥିବା ବେଳେ ପ୍ରଚଣ୍ଡ ବସ୍ଫୋରଣ ହେବାରୁ ତାହା ଥରି ଉଠିଲା। ଚାରିଆଡ଼ ଧୂଆଁମୟ ହୋଇଗଲା ଓ ଚିତ୍କାର ଶୁଭିଲା। ଏଥିପାଇଁ ଆମେ ଖୁବ୍ ଦୁଃଖିତ। ଏଥିରେ ଆହତ ହୋଇଥିବା ଆମର ଆଉ ଦୁଇଜଣ ସାମ୍ବାଦିକ ଥାଏର୍ ଅଲ୍-ସୁଦାନି ଓ ମହେର ନାଜେ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/rj.jpg)