ଅନ୍ତର୍ଜାତୀୟ ଚାପ ଆଗରେ ନଇଁଲା ମିଆଁମାର, ମୁକ୍ତ ହେଲେ ୨ ରଏଟର୍ସ ସାମ୍ବାଦିକ

ୟାଙ୍ଗୁନ : ସରକାରୀ ଗୋପନୀୟତା ଉଲ୍ଲଙ୍ଘନ ଅଭିଯୋଗରେ ଗତ ବର୍ଷ ଗିରଫ ହୋଇଥିବା ଦୁଇଜଣ ରଏଟର୍ସ ସାମ୍ବାଦିକ କ୍ୟୋ ସୋ ଓ ଏବଂ ଓ୍ଵା ଲୋନ୍ ରାଖିନେଙ୍କୁ ମୁକ୍ତ କରାଯାଇଛି । ମିଆଁମାର ରାଷ୍ଟ୍ରପତି ଓ୍ଵିନ ମିଣ୍ଟ ଏହି ଦୁଇଜଣଙ୍କ ସମେତ ୬୫୨୦ ଜଣ ବନ୍ଦୀଙ୍କୁ କ୍ଷମାଦାନ କରି ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଦୁଇ ସାମ୍ବାଦିକଙ୍କ ଖଲାସ ପାଇଁ ସାରା ବିଶ୍ୱରୁ ଚାପ ପଡୁଥିଲା ।

ଗତ ବର୍ଷ ସେପ୍ଟେମ୍ବରରେ ରଏଟର୍ସ ନ୍ୟୁଜ୍ ଏଜେନ୍ସିର ଏହି ୨ ସାମ୍ବାଦିକଙ୍କୁ ୭ ବର୍ଷ ଜେଲ୍ଦଣ୍ଡ ଦିଆଯାଇଥିଲା । ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସାର ତଦନ୍ତ ସମୟରେ ଉକ୍ତ ଦୁଇ ଜଣ ସାମ୍ବାଦିକ ରାଷ୍ଟ୍ର ଗୋପନୀୟତା ଆଇନ ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ଏହି ଜେଲ୍ଦଣ୍ଡ ହୋଇଥିଲା । ଜେଲ୍ଦଣ୍ଡାଦେଶ ହୋଇଥିବା ଉକ୍ତ ଦୁଇ ଜଣ ସାମ୍ବାଦିକ କ୍ୟୋ ସୋ ଓ ଏବଂ ଓ୍ଵା ଲୋନ୍ ରାଖିନେ ପ୍ରଦେଶରେ ରୋହିଙ୍ଗ୍ୟାଙ୍କ ବିରୋଧରେ ମିଆଁମାର ସେନା ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ରିପୋର୍ଟିଂ କରୁ୍ଥିଲେ।

ସମ୍ବନ୍ଧିତ ଖବର