୧୨ ଦିନପରେ ଭାରତ ନେଲା ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ , ୩୦୦ ଆତଙ୍କବାଦୀ ନିପାତ, ଜୈସ୍‌ ଏ ମହମ୍ମଦର କଣ୍ଟ୍ରୋଲ୍‌ ରୁମ୍‌ ବି ଧ୍ୱଂସ

ନୂଆଦିଲ୍ଲୀ: ବାର ଦିନପରେ ଭାରତୀୟ ସେନା ପୁଲଓ୍ଵାମା ଆକ୍ରମଣର କଡ଼ା ଜବାବ୍‌ ଦେଇଛି। ଆଜି ଭାରତର ବାରଟି ଲଢ଼ୁଆ ବିମାନ ଜରିଆରେ ପାକ୍‌ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ସଂଗଠନ ଜୈସର ୧୨ଟି ଶିବିରକୁ ଧ୍ୱଂସ କରାଯାଇଥିବା ଜଣାଯାଇଛି।ଏଥିରେ ଜୈସ୍‌ ଏ ମହମ୍ମଦର କଣ୍ଟ୍ରୋଲ୍‌ ରୁମ୍‌ ବି ଧ୍ୱଂସ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ବାଲାକୋଟ ଏବଂ ମୁଜଫରାବାଦରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଉଛି। ଏହି ଆକ୍ରମଣରେ ୨୦୦ରୁ ୩୦୦ ଆତଙ୍କବାଦୀ ମରିଥିବାର ସୂଚନା ମିଳିଛି। ଖୁବ୍‌ ଶୀଘ୍ର ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସେନା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବ।

ଏ ଏନ୍‌ ଏସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ସଂପର୍କରେ ସୂଚନା ଦେଇଛି। ଏହାକୁ ଭାରତର ଦ୍ୱିତୀୟ ପାକ୍‌ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବୋଲି କୁହାଯାଉଛି। ବାୟୁସେନାର ଏହି ମିଶନ୍‌ ସଫଳ ହୋଇଛି। ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ବି ବାୟୁସେନାର ଏ ହି କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରାଯାଇଛି। ଦଳର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ଟ୍ୟୁଟ୍‌ କରି ଏହା ଜଣାଇଛନ୍ତି।

ବାଲାକୋଟରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ଉପରେ ଏଯାଏଁ କୌଣସି ଆଧିକାରିକ ବୟାନ୍‌ ଜାରି ହୋଇ ନଥିଲେବି ପାକିସ୍ତାନ ଯେଉଁଭଳି ବିଚଳିତ ହୋଇଛି ସେଥିରୁ ଅନୁମାନ କରାଯାଉଛି ଯେ ପାକିସ୍ତାନଉପରେ ବଡ଼ ଧରଣର ଆକ୍ରମଣ ହୋଇଛିି।

ସମ୍ବନ୍ଧିତ ଖବର