ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ: କ୍ୟାପଟେନ୍‌ ଅମରିନ୍ଦର ସିଂହ କହିଲେ, ‘ଆମର ୪୧ ବଦଳରେ ପାକିସ୍ତାନର ୮୨ ଦରକାର’

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପୁଲଓ୍ଵାମା ଆକ୍ରମଣକୁ ନେଇ ତୀବ୍ର ନିନ୍ଦା କରିବା ସହିତ ୪୧ଜଣ ସହିଦ୍‌ ଯାବନଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ। ଏବଂ କହିଛନ୍ତି, ‘ଆମକୁ ୪୧ ବଦଳରେ ପାକିସ୍ତାନର ୮୧ ଦରକାର।’ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ପ୍ରତ୍ୟେକ ଯବାନଙ୍କ ପାଇଁ ଦୁଇଜଣ ଆତଙ୍କବାଦୀଙ୍କୁ ନିହତ କରିବାକୁ ଦାବି କରିଛନ୍ତି ଅମରିନ୍ଦର ସିଂହ ।

ଆଗକୁ ସେ କହିଛନ୍ତି, ‘ମୁଁ ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ ହିଁ ଦାବି କରୁଛି। ପାକିସ୍ତାନ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। ଏହି କାର୍ଯ୍ୟାନୁଷ୍ଠାନ ସେନା, ରାଜନୈତିକ ତଥା ଆର୍ଥିକ ସ୍ତରରେ ହେବା ଦରକାର କିମ୍ବା ତିନିଟିକୁ ଏକାଠି ମିଶାଇ ବି ନିଷ୍ପତ୍ତି ନିଆଯାଇପାରେ। ଏହି ନିଷ୍ପତ୍ତି ନେବା କେନ୍ଦ୍ରସରକାରଙ୍କ କାମ, କିନ୍ତୁ ଏହା ସ୍ପଷ୍ଟ ରହିଛି କି ଏହି ପଦକ୍ଷେପ ତୁରନ୍ତ ନେବା ଆବଶ୍ୟକ।’

ଗତ ଗୁରୁବାର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ସେହିପରି ସୋମବାର ପୁଲଓ୍ଵାମାରେ ହୋଇଥିବା ଏନ୍‌କାଉଣ୍ଟରରେ ମେଜର ସମେତ ପାଞ୍ଚଜଣ ଯବାନ ସହିତ ହୋଇଛନ୍ତି।

ସମ୍ବନ୍ଧିତ ଖବର