କଲେଜିୟମ ବ୍ୟବସ୍ଥାର ସମୀକ୍ଷା ଆବଶ୍ୟକ: ଆଇନ ମନ୍ତ୍ରୀ

ଜୟପୁର: ଦେଶର ଉଚ୍ଚ ଅଦାଲତଗୁଡ଼ିକରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଛି। ଏଥିପାଇଁ ଦେଶରେ ବର୍ତ୍ତମାନ ରହିଥିବା କଲେଜିୟମ ବ୍ୟବସ୍ଥାକୁ ଦାୟୀ କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ। ସେ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥାରେ ବିଚାରପତିଙ୍କ ନିଯୁକ୍ତିକୁ ତ୍ବରାନ୍ବିତ କରିବାକୁ ହେଲେ କଲେଜିୟମ ବ୍ୟବସ୍ଥା ସଂପର୍କରେ ପୁନଃଚିନ୍ତନ କରିବାର ଆବଶ୍ୟକତା ରହିଛି। ରାଜସ୍ଥାନର ଉଦୟପୁରଠାରେ ଦେଶର ପଶ୍ଚିମାଞ୍ଚଳ ପାଇଁ ଆୟୋଜିତ ଆଇନଜୀବୀମାନଙ୍କ ଦୁଇ ଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଆଇନମନ୍ତ୍ରୀ ଶନିବାର ଏହା କହିଛନ୍ତି। ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଛି।

ଏ ବିଷୟରେ ମଧ୍ୟ ସମସ୍ତେ ଅବଗତ ଅଛନ୍ତି। ଏହା ଉପରେ ଅଧିକ ଆଲୋଚନା ହେବ। ଏଠାରେ ବିଚାରପତି, ଆଇନ ଅଧିକାରୀ ଏବଂ ଅତିଥିମାନେ ଉପସ୍ଥିତ ‌ଥିବାରୁ ସେମାନଙ୍କ ସମ୍ମୁଖରେ ମୁଁ ମୋ ମତ ରଖିଛି। ଉଦ୍‌ଘାଟନୀ ଉତ୍ସବରେ ସୁପ୍ରିମ କୋର୍ଟ ବିଚାରପତି ଅଜୟ ରସ୍ତୋଗୀ, ରାଜସ୍ଥାନ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଏମ୍‌ଏମ୍‌ ଶ୍ରୀବାସ୍ତବ, ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଅରବିନ୍ଦ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ମତ ରଖିଥିଲେ।

ସମ୍ବନ୍ଧିତ ଖବର