ନୂଆଦିଲ୍ଲୀ: ପୂର୍ବ ଲଦାଖରେ ୨୨ ମାସ ତଳେ ଚୀନ୍ ଓ ଭାରତ ସେନା ମଧ୍ୟରେ ଯେଉଁ ମୁହାଁମୁହିଁ ହୋଇଥିଲା, ସେ ଅବସ୍ଥାରେ ବିଶେଷ କିଛି ଉନ୍ନତି ଘଟିନି। କୌଣସି ଦେଶ ସୀମାରେ ସୈନ୍ୟସଂଖ୍ୟା ହ୍ରାସ କରିନାହାନ୍ତି, ବରଂ ବୃଦ୍ଧି କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବାରୁ ଭାରତୀୟ ସେନା ପକ୍ଷରୁ ଏଲ୍ଏସି ( ବାସ୍ତବ ନିୟନ୍ତ୍ରଣ ରେଖା) ସ୍ଥିତି ଉପରେ ସମୀକ୍ଷା କରାଯାଇଛି। ଆମ ସୈନିକମାନେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ କେତେ ପ୍ରସ୍ତୁତ ଅଛନ୍ତି, ରଣକ୍ରୀଡ଼ାର ରଣନୀତି କିଭଳି ରହିଛି ସେ ବିଷୟରେ ସେନାର ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ସମୀକ୍ଷା କରାଯାଇଥିଲା। ଲକ୍ଷ୍ନୌର ସେଣ୍ଟ୍ରାଲ କମାଣ୍ଡ୍ରେ ଅନୁଷ୍ଠିତ ସେନାର ଏହି ତିନିଦିନିଆ ସମୀକ୍ଷା କାର୍ଯ୍ୟକ୍ରମରେ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେ ବୁଧବାର ଯୋଗ ଦେଇଛନ୍ତି। ତାଙ୍କ ପୂର୍ବରୁ ସେନା ଉପମୁଖ୍ୟ ଲେଫ୍ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଓ ଅନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp