ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା)ର ପୁନର୍ବିନ୍ୟାସ

‘ଆଭା’ ଆପ୍ ମାଧ୍ୟମରେ ପରିଚାଳନା କରାଯିବ ଆୟୁଷ୍ମାନ ଭାରତ ଡିଜିଟାଲ ମିସନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା) ଅଧିକ ବ୍ୟବହାର ଉପଯୋଗୀ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ ମିସନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆକାଉଣ୍ଟ ‘ଆଭା’ର ପୁନର୍ବିନ୍ୟାସ କରାଯାଉଛି । ପ୍ରାଧିକରଣ ପକ୍ଷରୁ ଏହି ଘୋଷଣା କରାଯାଇ କୁହାଯାଇଛି ଯେ ଆଭା ଆପ୍, ଯାହା ପୂର୍ବରୁ ଏନ୍‌ଡିଏଚ୍‌ଏମ୍ ହେଲଥ ରେକର୍ଡ ଆପ୍ ଭାବେ ପରିଚିତ ଥିଲା ଏବେ ତାହା ଗୁଗଲ୍‌ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିବାକୁ ଉପଲବ୍ଧ । ଇତିମଧ୍ୟରେ ୪ ଲକ୍ଷରୁ ଅଧିକ ଆଭା ଆପ୍ ଡାଉନଲୋଡ ହୋଇସାରିଲାଣି। ଏହି ପୁନର୍ବିନ୍ୟାସ ଆପ୍‌ରେ ଅନେକ ନୂଆ ସୁବିଧା ରହିଛି ଓ ବ୍ୟବହାରକାରୀ ଏଥିରୁ ଅଧିକ ସେବା ପାଇପାରିବେ। ଅପ୍‌ଡେଟେଡ୍‌ ‘ଆଭା’ ଆପ୍ ମାଧ୍ୟମରେ ବ୍ୟକ୍ତିବିଶେଷ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ଜାଣିପାରିବେ । ପୂର୍ବର ଆଭା ଆପ୍‌କୁ ୟୁଜରମାନେ ନିଜର ପୂର୍ବ ଆପ୍ ଭର୍ସନକୁ ମଧ୍ୟ ନୂଆ ଭର୍ସନକୁ ଅପଡେଟ କରିପାରିବେ ବୋଲି ସରକାରୀଭାବେ ଘୋଷଣା କରାଯାଇଛି।

ଆଭା ମୋବାଇଲ ଆପ୍ଲିକେସନ ବ୍ୟକ୍ତି ବିଶେଷଙ୍କୁ ଏକ ଆଭା ଆଡ୍ରେସ କ୍ରିଏଟ କରିବାକୁ ସୁବିଧା ଦେଇଥାଏ । ଏହି ଠିକଣା ହେଲା username@abdm, ଏହି ୟୁଜର୍ସ ଆଡ୍ରେସ୍‌କୁ ମନେ ରଖିବା ସହଜ । ଏହାକୁ ୧୪ ସଂଖ୍ୟା ବିଶିଷ୍ଟ ଜେନେରେଟଡ୍ ଆଭା ନମ୍ବର ସହିତ ଲିଙ୍କ୍ କରି ହେବ। ଏହି ଆପ୍ ମାଧ୍ୟମରେ ୟୁଜରମାନେ ଏବିଡିଏମ୍ ଅନୁକୂଳ ହେଲ୍‌ଥ ଫ୍ୟାସିଲିଟିରେ ସୃଷ୍ଟି ହୋଇଥିବା ନିଜର ସ୍ୱାସ୍ଥ୍ୟ ରେକର୍ଡ ସହିତ ସଂଯୋଗ ସ୍ଥାପନ କରିପାରିବେ । ନିଜର ସ୍ମାର୍ଟଫୋନ ଦ୍ୱାରା ଏହି ଲିଙ୍କ ସ୍ଥାପନ କରି ବ୍ୟବହାରକାରୀ ଏହାକୁ ଦେଖି ପାରିବେ। ଏହି ଆପ୍ ମାଧ୍ୟମରେ ମଧ୍ୟ ନିଜର ଫିଜିକାଲ ହେଲଥ ରେକର୍ଡକୁ ଏବିଡିଏମ୍ ଅନୁକୂଳ ହେଲଥ ଲକରରେ ଅପଲୋଡିଂ କରିହେବ। ଏହା ଛଡ଼ା ବ୍ୟବହାରକାରୀ ନିଦାନ ରିପୋର୍ଟ, ପ୍ରେସକ୍ରିପସନ୍‌, କୋୱିନ ଭ୍ୟାକସିନ୍ ସାର୍ଟିଫିକେଟ ଆଦିକୁ ଡିଜିଟାଲ ହେଲ୍‌ଥ ରେକର୍ଡକୁ ସେୟାର କରିହେବ । ତେବେ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ସମ୍ମତି ଏବିଡିଏମ ମାଧ୍ୟମରେ ହାସଲ କରିବାକୁ ପଡ଼ିବ ।

ଏହା ସହିତ ଆଭା ମୋବାଇଲ ଆପ୍ଲିକେସନରେ ଆଉ କେତେକ ନୂଆ ବିଶେଷତ୍ୱ ରହିଛି । ସେଗୁଡିକ ମଧ୍ୟରୁ ଏଡିଟ୍ ପ୍ରୋଫାଇଲ ଓ ଆଭା ଆଡ୍ରେସ ସହିତ ୧୪ ଡିଜିଟ୍ ବିଶିଷ୍ଟ ଆଭା ନମ୍ବରର ଲିଙ୍କ ଓ ଅନଲିଙ୍କ୍ ସୁବିଧା ଅନ୍ୟତମ । ଆହୁରି ମଧ୍ୟ ଲଗ୍ଇନ୍ ଭାୟା ଫ୍ରେସ ଅଥେଣ୍ଟିକେସନ /ପିଙ୍ଗରପ୍ରିଣ୍ଟ୍/ବାୟୋ ମେଟ୍ରିକ ଓ ସ୍କାନ କୋଡ୍ କ୍ୟୁଆର୍ ସୁବିଧା ଉପଲବ୍ଧ।

ଆଭା ମୋବାଇଲ ଆପ୍ ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଆର୍ ଏସ୍ ଶର୍ମା କହିଛନ୍ତି ଯେ ବ୍ୟବହାରକାରୀ ଏହା ସାହାଯ୍ୟରେ ନିଜର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ରେକର୍ଡ ରଖିପାରିବେ। ଆବଶ୍ୟକ ସମୟରେ ରୋଗୀ/ବ୍ୟକ୍ତିବିଶେଷ ନିମିଷକ ମଧ୍ୟରେ ଆଭା ଆଡ୍ରେସରେ ଏହାକୁ ପାଇପାରିବେ । ଏହା ଫଳରେ ସେମାନେ ଉପକୃତ ହେବେ।

ସମ୍ବନ୍ଧିତ ଖବର