ନ୍ୟାୟପାଳିକାରେ ବିପ୍ଳବ ଲୋଡ଼ା: ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ : ଭାରତୀୟ ନ୍ୟାୟପାଳିକାରେ ବର୍ତ୍ତମାନ ସଂସ୍କାର ନୁହେଁ, ବରଂ ବିପ୍ଳବ ଦରକାର। ଏହାଦ୍ୱାରା ସାଧାରଣ ଜନତାଙ୍କୁ ସେବା ଯୋଗାଇବାରେ ନ୍ୟାୟପାଳିକା ସମର୍ଥ ହୋଇପାରିବ। ତୃତୀୟ ରାମନାଥ ଗୋଏଙ୍କା ସ୍ମାରକ ବକ୍ତତାମାଳାରେ ଉଦ୍‌ବୋଧନ ଦେଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଗୁରୁବାର ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଦେଶର ନ୍ୟାୟପାଳିକାକୁ ସକ୍ରିୟ ହୋଇ ବିଚାର ପ୍ରକ୍ରିୟାକୁ ଗତିଶୀଳ କରାଇବାକୁ ପଡ଼ିବ। ବିଚାର ପ୍ରକ୍ରିୟାର ଧିମା ଗତି ଏକ ଐତିହାସିକ ଚ୍ୟାଲେଞ୍ଜ୍‌ ହୋଇ ରହିଆସିଛି। ଏହି ଚ୍ୟାଲେଞ୍ଜ୍‌କୁ ହଟାଇ ନ୍ୟାୟପାଳିକାର ଭୂମିକାକୁ ନୂଆକରି ଉପସ୍ଥାପନ କରିବାକୁ ହେବ। ଏହାସହ ଏହି ଅନୁଷ୍ଠାନକୁ ସବୁବେଳେ ସକ୍ରିୟ ରହି ତ୍ୱରିତ୍‌ ପଦକ୍ଷେପ ନେବାକୁ ହେବ ଏବଂ ସର୍ବୋଚ୍ଚ ଅଦାଲତଙ୍କୁ ସାମ୍ବିଧାନିକ ମୂଲ୍ୟବୋଧକୁ ନଜରରେ ରଖି କାର୍ଯ୍ୟ କରିବାକୁ ପଡ଼ିବ। ନିକଟରେ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ କ୍ଷମତା ବିବାଦ ଓ ଧାରା ୩୭୭ କ୍ଷେତ୍ରରେ ସମ୍ବିଧାନରେ ରହିଥିବା ବ୍ୟବସ୍ଥାକୁ ଆଖିରେ ରଖି ପଦକ୍ଷେପ ନେଇଛନ୍ତି। ଏହା ବେଶ୍‌ ପ୍ରଶଂସାଯୋଗ୍ୟ।

ସମ୍ବନ୍ଧିତ ଖବର