ଭୋପାଳ: ସବୁବେଳେ ବିବାଦରେ ରହୁଥିବା ମଧ୍ୟପ୍ରଦେଶସ୍ଥିତ ରେୱାର ବିଜେପି ସାଂସଦ ଜନାର୍ଦନ ମିଶ୍ରଙ୍କର ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ସେ ଖାଲି ହାତରେ ପାଇଖାନାକୁ ରଗଡ଼ି ରଗଡ଼ି ସଫା କରୁଥିବାର ଦୃଶ୍ୟ ଦେଖିବାକୁ ମିିଳିଛି। ସାଂସଦ ଜଣକ ପାଇଖାନା ସଫା କରିବା ପାଇଁ ହାତରେ ଗ୍ଲୋବ୍ସ କି ବ୍ରସ୍ କିଛି ବି ବ୍ୟବହାର କରିନାହାନ୍ତି।
ଜାଣିବାକୁ ମଳିଛି ଯେ ସାଂସଦ ଜନାର୍ଦନ ରେୱାର ଏକ ବାଳିକା ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ପାଇଖାନା ମଇଳା ହୋଇଥିବା ଦେଖି ସେ ସଫା କରିବାକୁ ବାହାରି ପଡ଼ିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ସେ ଖାଲି ହାତରେ ରଗଡ଼ି ରଗଡ଼ି ପାଇଖାନା ସଫା କରିଥିଲେ। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
पार्टी द्वारा चलाये जा रहे सेवा पखवाड़ा के तहत युवा मोर्चा के द्वारा बालिका विद्यालय खटखरी में वृक्षारोपण कार्यक्रम के उपरांत विद्यालय के शौचालय की सफाई की।@narendramodi@JPNadda@blsanthosh@ChouhanShivraj@vdsharmabjp@HitanandSharmapic.twitter.com/138VDOT0n0
— Janardan Mishra (@Janardan_BJP) September 22, 2022
ଆପଣ ଜାଣିଥିବେ ନିଶ୍ଚୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଗାନ୍ଧୀ ଜୟନ୍ତୀ (ଅକ୍ଟୋବର ୨) ପର୍ଯ୍ୟନ୍ତ ବିଜେପି ପକ୍ଷରୁ ‘ସେବା ପକ୍ଷ’ ପାଳନ କରାଯାଉଛି। ଏହି ଅବସରରେ ଏକ ବାଳିକା ବିଦ୍ୟାଳୟରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଜନାର୍ଦନ ମିଶ୍ର। ସେଠାରେ ସେ ପାଇଖାନା ସଫା କରିବା ସମୟର ଏକ ଭିଡିଓ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି।
ତେବେ ତାଙ୍କର ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ବହୁ ବ୍ୟବହାରକାରୀ ନାପସନ୍ଦ କରିଛନ୍ତି। ସେ ପାଇଖାନା ସଫା କରିବା ବେଳେ ହାତରେ ଗ୍ଲୋବ୍ସ କି ମୁହଁରେ ମାସ୍କ ନଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କହି ବହୁ ବ୍ୟବହାରକାରୀ ସମାଲୋଚନା କରିଛନ୍ତି।