ରେଓ୍ଵାଡ଼ି ଗଣଦୁଷ୍କର୍ମ ମାମଲା :ଅଭିଯୁକ୍ତଙ୍କୁ କୌଣସି ଆଇନଜୀବୀ ସହଯୋଗ କରିବେନି

ଗୁରୁଗ୍ରାମ୍‌: ରେଓ୍ଵାଡ଼ି ଗଣଦୁଷ୍କର୍ମ ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ମାମଲାରେ ଜଣେ ମାତ୍ର ଅଭିଯୁକ୍ତ ଗିରଫ ହୋଇଛି। ତେବେଏହି ମାମଲାରେ ଅଭିଯୁକ୍ତଙ୍କୁ କୌଣସି ଆଇନଜୀବୀ ସହଯୋଗ କରିବେନି ବୋଲି ଆଜି ହରିୟାଣାର ମହାପଞ୍ଚାୟତ ପକ୍ଷରୁ କୁହାଯାଇଛି। ୨୫ ଗ୍ରାମକୁ ନେଇ ହୋଇଥିବା ଏହି ମହାପଞ୍ଚାୟତ କୋସ୍‌ଲି ସହରରେ ହୋଇଥିଲା। ମହାପଞ୍ଚାୟତ ପକ୍ଷରୁ ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଚିଠି ଲେଖାଯାଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର