ନୂଆଦିଲ୍ଳୀ: ବହୁ ଚର୍ଚ୍ଚିତ କୋଲକାତା ଆର୍ଜି କର ମେଡିକାଲ୍ କଲେଜର ମହିଳା ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ନିୟମାନୁସାରେ କୌଣସି ଅପରାଧିକ ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ୯୦ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା କଥା। କିନ୍ତୁ ମାମଲାର ତଦନ୍ତ କରୁଥିବା ସିବିଆଇ ଏହି ସମୟ ସୀମା ମଧ୍ୟରେ ଅଭିଯୋଗଫର୍ଦ୍ଦ ଦାଖଲ କରିବାରେ ବିଫଳ ହୋଇଛି।
ଏହି କାରଣରୁ ସିଅଲଦା କୋର୍ଟ ଆଜି ଉଭୟ ସନ୍ଦୀପ ଘୋଷ ଓ ତାଙ୍କ ବନ୍ଧୁ ତଥା ତାଲା ପୁଲିସ ଥାନାର ଓଆଇସି ଅଭିଜିତ ମଣ୍ଡଳଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅପରକ୍ଷରେ, ମୃତ ମହିଳା ରେସିଡେଣ୍ଟ ଡାକ୍ତରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ବ୍ରିନ୍ଦା ଗ୍ରୋଭର ମାମଲାରୁ ଓହରି ଯାଇଛନ୍ତି। ଏ ନେଇ ମୃତ ଡାକ୍ତରଙ୍କ ପିତାମାତା କହିଛନ୍ତି, ନ୍ୟାୟିକ ବ୍ୟବସ୍ଥା ଆମକୁ ବିଫଳ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/14/ZiMtGTlcAiTQSnIAAJEq.jpg)