ମାସକ ପରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ସିବିଆଇ ତଦନ୍ତ ପାଇଁ ଅମିତ ଶାହାଙ୍କୁ ହାତ ଯୋଡ଼ି ଅନୁରୋଧ କଲେ ରେହା

ମୁମ୍ବାଇ: ସବୁ ଦିଗରୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଅନେକ ଦିଗ୍ଗଜ ରାଜନେତା ଏବଂ ଅଭିନେତା ସିବିଆଇ ତଦନ୍ତ ଦାବି କରିଥିଲେ। ଏବେ ସମାନ କ୍ରମରେ ବର୍ତ୍ତମାନ ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୱିଟ୍ କରି ସିବିଆଇ ତଦନ୍ତ ଆରମ୍ଭ କରିବାକୁ ନିବେଦନ କରିଛନ୍ତି। ରେହା ଦୁଇଟି ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ସିବିଆଇ ତଦନ୍ତ ଆରମ୍ଭ କରିବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିଛନ୍ତି।

ପ୍ରଥମ ଟ୍ୱିଟରେ ରେହା ଲେଖିଛନ୍ତି, “ସମ୍ମାନିତ ଅମିତ ଶାହା ସାର୍, ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀ। ତାଙ୍କର ହଠାତ୍ ମୃତ୍ୟୁ ହେବାର ଘଟଣାକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି। ମୋର ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ତଥାପି ମୁଁ ନ୍ୟାୟ ମାଗୁଛି । ମୁଁ ଆପଣଙ୍କୁ ଏହି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିବାକୁ ଅନୁରୋଧ କରୁଛି। ”

ରେହା ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି, “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରନ୍ତୁ। ମୁଁ କେବଳ ଜାଣିବାକୁ ଚାହୁଁଛି ଯେ, ସୁଶାନ୍ତଙ୍କୁ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିବା ଚାପ କ’ଣ?  ଏଭଳି ଲେଖି ସେ ସତ୍ୟମେବ ଜୟତେ ବୋଲି ଲେଖିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ୟାଗ୍ କରିଛନ୍ତି ।

ସମ୍ବନ୍ଧିତ ଖବର