ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦ୍ରୁତ ଗତିରେ ଚାଲିଛି। ସିବିଆଇ ସୁଶାନ୍ତଙ୍କ ସହ ଜଡିତ ଲୋକଙ୍କୁ ପଚରାଉଚରା କରିବା କାମ ଚାଲୁ ରଖିଛି। ଏହି କ୍ରମରେ ସିବିଆଇ ଶନିବାର ଦିନ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁଖ୍ୟ ସନ୍ଦିଗ୍ଧ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମାମଲାରେ ପ୍ରାୟ ୭ଘଣ୍ଟା ପ୍ରଶ୍ନ କରିଥିଲା। ରିୟାଙ୍କୁ ଏଠାରେ ସୁଶାନ୍ତଙ୍କ ଅବସାଦଗ୍ରସ୍ତତା ଏବଂ ଟଙ୍କା ବିଷୟରେ ପଚରାଯାଇଥିଲା। ଏହା ପୂର୍ବରୁ ରିୟାଙ୍କୁ ଶୁକ୍ରବାର ମଧ୍ୟ ଜେରା କରିଥିଲା ସିବିଆଇ। ଏପର୍ଯ୍ୟନ୍ତ, ରିୟାଙ୍କୁ ମୋଟ ୧୭ଘଣ୍ଟା ସିବିଆଇ ଜେରା କରିଥିବା ବେଳେ ଆଜି ପୁଣି ଥରେ ଜେରା କରିବା ପାଇଁ ସମନ ପଠାଇଥିବା ଜଣା ପଡ଼ିଛି।

Advertisment

Rhea Chakraborty's Lawyer Says Bihar Govt 'Illegally' Recommended Sushant  Singh Rajput's Case to CBI News18.com

ସୂଚନା ମୁତାବକ, ଜୁଲାଇ ୨୫ରେ ସୁଶାନ୍ତଙ୍କ ପିତା କେ.କେ ସିଂ ପାଟନା ପୁଲିସ ଷ୍ଟେସନରେ ରିୟାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବା ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ମୁଖ୍ୟ ସନ୍ଦିଗ୍ଧ ହୋଇ ରହିଛନ୍ତି। ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରୁଛି। ଗୁରୁବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା କାଳ ପଚରା ଉଚରା କରିଥିଲା ସିବିଆଇ। ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, ତାଙ୍କ ରୋଷେଇଆ ନୀରଜ ସିଂ ଏବଂ ତାଙ୍କ ଗୃହ ସହାୟକ ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସେମାନଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ନିଜକୁ ତିନି ଦଳରେ ବିଭକ୍ତ କରିଥିଲା।