ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଏନସିବି, ଗୁରୁବାର ହେବ ଶୁଣାଣି

ନୂଆଦିଲ୍ଲୀ: ଗତ ବର୍ଷ ଅକ୍ଟୋବରରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା ଜାମିନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଆସନ୍ତା ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ଗତ ମାର୍ଚ୍ଚ ୫ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ଡ୍ରଗ୍ସ କୋଣର ତଦନ୍ତ କରି ତାଙ୍କର ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)। ମାର୍ଚ୍ଚ ୫ ତାରିଖରେ ସ୍ବତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟରେ ୧୪ ହଜାର ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍‌ ଦାଖଲ କରିଥିଲା ଏନ୍‌ସିବି। ରିୟା ଏବଂ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ଏନ୍‌ସିବି ମୁଖ୍ୟ ସମୀର ୱାଙ୍କ୍‌ଖେଡେ ନିଜେ ଅଦାଲତରେ ଏହି ଚାର୍ଜସିଟ୍‌ ଦାଖଲ କରିଥିଲେ।

Sushant Singh Rajput case: Rhea Chakraborty and brother Showik file application for bail in Bombay HC | Hindi Movie News - Times of India
timesofindia

ଗତ ବର୍ଷ ଅଗଷ୍ଟ ମାସ‌ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମମଲା ସହ ଜଡ଼ିତ ଡ୍ରଗ୍ସ କୋଣର ତଦନ୍ତ କରି ଏନ୍‌ସିବି ୨ଟି ମାମଲା ପଞ୍ଜିକୃତ କରିଥିଲା। ଫଳରେ ସୁଶାନ୍ତଙ୍କ ଲିଭ୍‌-ଇନ୍‌ ପାର୍ଟନର୍‌ ରିୟାଙ୍କ ସହ ତାଙ୍କ ଭାଇ ସୌଭିକ୍‌ଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର