କାମ ନଥାଇ ମଧ୍ୟ କିଛି ବର୍ଷ ମଧ୍ୟରେ ୧୦ରୁ ୧୪ଲକ୍ଷରେ ପହଞ୍ଚିଥିଲା ରିୟାଙ୍କ ବ୍ୟାଙ୍କ ବାଲାନ୍ସ, ମୁମ୍ବାଇରେ କିଣିଥିଲେ ୨ଟି ସମ୍ପତ୍ତି

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ କଡ଼ାକଡ଼ି ଭାବରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ମାମଲାରେ ଇଡି ରିୟା କେତେ ଟଙ୍କା କେଉଁଠି ଖର୍ଚ୍ଚ କରିଛନ୍ତି ଏବଂ ସେଥିରେ ସୁଶାନ୍ତଙ୍କ କେତେ ଟଙ୍କା ଲାଗିଛି, ତାହାର ଅନୁସନ୍ଧାନ କରୁଛି।  କିଛି ଦିନର ଯାଞ୍ଚ ପ‌ରେ ଇଡି ଗତ କିଛି ବର୍ଷ ମଧ୍ୟରେ ରିୟାଙ୍କ ଆୟ ୧୦ ଲକ୍ଷରୁ ୧୨ଲକ୍ଷକୁ ଏବଂ ପରେ ୧୪ଲକ୍ଷକୁ ବୃଦ୍ଧି ପାଇଥିବା ଜାଣିବାକୁ ପାଇଛି ।

ED summons Rhea Chakraborty for questioning in Sushant Singh ...
The Tribune

ଇଡି ଜାଣିବାକୁ ପାଇଛି ଯେ ରିୟା ଚକ୍ରବର୍ତ୍ତୀ ବହୁତ କମ ରୋଜଗାର ସତ୍ତ୍ୱେ ମୁମ୍ବାଇରେ ଦୁଇଟି ସମ୍ପତ୍ତି କିଣିଛନ୍ତି | ସେଥିମଧ୍ୟରୁ ଗୋଟିଏ ରିୟାଙ୍କ ନାମରେ ଥିବାବେଳେ ଅନ୍ୟ ସମ୍ପତ୍ତି ରିୟାଙ୍କ ପରିବାର ସଦସ୍ୟଙ୍କ ନାମରେ ପଞ୍ଜିକୃତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, ରିୟାଙ୍କର ଏହି ଉଭୟ ସମ୍ପତ୍ତି ପାଇଁ କିଏ ଟଙ୍କା ଦେଇଛି ତାହା ଜଣା ପଡିନାହିଁ | ତେବେ ଏହାର ଯାଞ୍ଚ ପାଇଁ ଇଡି ଏହି ଦୁଇଟି ସମ୍ପତ୍ତିର କାଗଜପତ୍ର ରିୟାଙ୍କୁ ମାଗିଥିବା ଜଣା ପଡ଼ିଛି। କାଗଜପତ୍ର ଆସିବା ପରେ ସମ୍ପତ୍ତି କିଣିବା ପାଇଁ ସୁଶାନ୍ତ ଟଙ୍କା ଦେଇ ଥିଲେ କି ନାହିଁ, ତାହା ସ୍ପଷ୍ଟ ହେବ। ଏହା ପୂର୍ବରୁ ରିୟାଙ୍କ ଆକାଉଣ୍ଟକୁ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ପଠାଯାଇନଥିବା କଥା ସୁଶାନ୍ତଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ କହିଥିଲେ ମଧ୍ୟ ଏହାକୁ ବିଶ୍ବାସ ନକରି ପୁଣି ଥରେ ତଦନ୍ତ ଆରମ୍ଭ କରିଥିଲା ଇଡି।

ସମ୍ବନ୍ଧିତ ଖବର