ଜାଡେଜା ମୋ ପାଇଁ ବୁଷ୍ଟର ଡୋଜ, ବିଜେପି ପ୍ରାର୍ଥୀ ରିବାବା ଶୁଣାଇଲେ ଜୋତା କାହାଣୀ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଥର ଏମିତି କିଛି ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ଯାହାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି | ଏମାନଙ୍କ ମଧ୍ୟରେ ଜାମନଗରରୁ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ବିଜେପି ପ୍ରାର୍ଥୀ ହୋଇଛନ୍ତି | ଆଜି ପ୍ରଚାର ସମୟରେ ସେ କହିଛନ୍ତି ଯେ ରବୀନ୍ଦ୍ର ଜାଡେଜା ତାଙ୍କ ପାଇଁ ବୁଷ୍ଟର ଡୋଜ | ଯିଏ କି ସବୁ ସମୟରେ ତାଙ୍କର ସାଥ ଦେଇଛନ୍ତି | ଏହା କହି ସେ ନିଜର ଏକ ଅନୁଭୂତି ସେୟାର କରିଛନ୍ତି | ରିବାବା କହିଛନ୍ତି ଯେ ତାଙ୍କ ସ୍ୱାମୀ ରବୀନ୍ଦ୍ର ଜାଡେଜା ବୁଷ୍ଟର ଡୋଜ ଭଳି କାମ କରିଥାନ୍ତି | ଜାଡେଜା ସବୁବେଳେ ତାଙ୍କ ରାଜନୈତିକ ଜୀବନରେ ସମର୍ଥନ କରିଆସିଛନ୍ତି | ରିବାବା କହିଛନ୍ତି ଯେ ପୂର୍ବରୁ ମୁଁ ଏକ ଲେସ ଥିବା ଜୋତା ପିନ୍ଧି ନିର୍ବାଚନ ପ୍ରଚାର କରୁଥିଲି | ଆଉ ମୁଁ ମୋ ସ୍ୱାମୀଙ୍କୁ କହିଥିଲି ଯେ ମୋତେ ଏକ ଆରାମଦାୟକ ଜୋତା ଦିଅ |

ସେ ଏକ ନୂଆ ଜୋତା କିଣି ମୋ ପାଖକୁ ପଠାଇଦେଇଥିଲେ | ଏହା ଏକ ଛୋଟ ଉଦାହରଣ | ଏହା ପ୍ରମାଣିତ କରିଥାଏ ଯେ ସେ ମୋର ଭଳି ଛୋଟ ଛୋଟ କଥାକୁ ବି ଧ୍ୟାନ ରଖିଥାନ୍ତି | ରିବାବା କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ପରସ୍ପର ସହ ଛିଡା ହେବା ଉଚିତ ଓ ପରସ୍ପରକୁ ସମର୍ଥନ କରିବା ଉଚିତ | ଯେତେବେଳେ ମୁଁ ନାମାଙ୍କନ ଦାଖଲ କରିବାକୁ ଗଲି ଏହା ମୋ ପାଇଁ ଭାବୁକ କରିଦେବା ଭଳି ସମୟ ଥିଲା | କାରଣ ଏହି ସମୟରେ ମୋ ସ୍ୱାମୀ ମୋ ସହ ଥିଲେ | ମୁଁ ଅନ୍ୟ ମହିଳାମାନଙ୍କୁ କହିବାକୁ ଚାହେଁ ଯେ ବିବାହ ପରେ ଯଦି ତାଙ୍କ ସ୍ୱାମୀ ତାଙ୍କୁ ସମର୍ଥନ କରନ୍ତି ତେବେ ସେମାନେ ମଧ୍ୟ ନିଜ ସ୍ୱପ୍ନକୁ ପୂରଣ କରିପାରିବେ |

ସମ୍ବନ୍ଧିତ ଖବର