ଲକ୍ଷ୍ନୌ: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଲୁଣ ଓ ଭାତ। ଘଟଣା ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ। ଅଯୋଧ୍ୟା ଜିଲ୍ଲାର ବିକାପୁର ତହସିଲ ଅଞ୍ଚଳରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଲୁଣ ଏବଂ ଭାତ ଦିଆଯାଇଥିବା କଥା ସାମ୍ନାକୁ ଆସିଛି। ଏବିଷୟରେ ଜାଣିବା ପରେ ଅଭିଭାବକମାନେ ଏହି ଘଟଣାରେ କ୍ରୋଧ ପ୍ରକାଶ କରି ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ମାମଲା ସାମ୍ନାକୁ ଆସିବା ମାତ୍ରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି।
#UttarPradesh : मिड डे मील में बच्चों को दिया गया नमक और चावल, हुआ हंगामा pic.twitter.com/pab0rsysLj
— NDTV India (@ndtvindia) September 28, 2022
ଅଯୋଧ୍ୟା ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ନୀତୀଶ କୁମାର ତୁରନ୍ତ ତଦନ୍ତ କରି ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହ ଗ୍ରାମ ମୁଖିଆଙ୍କୁ ନୋଟିସ ପଠାଇଛନ୍ତି। କେଉଁ କାରଣରୁ ମେନୁ ହିସାବରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନଥିଲା ତାହା ଉତ୍ତର ମାଗିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ। ଏହା ସହ ଭାଇରାଲ ଭିଡିଓକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବ ବୋଲି କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ନୀତୀଶ କୁମାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/t-284.jpg)