ମହାକାଶକୁ ଗଲେ ଶିଳ୍ପପତି ରିଚାର୍ଡ ବ୍ରାନସନ, ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଯୁଗର ଶୁଭାରମ୍ଭ

ନ୍ୟୁ ମେକ୍ସିକୋ : ବ୍ରିଟିଶ ଉଦ୍ୟୋଗପତି ରିଚାର୍ଡ ବ୍ରାନସନ ମହାକାଶ ସ୍ବପ୍ନ ପୂରଣ ହୋଇଛି । ମହାକାଶକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ସେ ସ୍ବପ୍ନ ଦେଖିଆସିଥିଲେ । ଗତକାଲି ତାଙ୍କ କମ୍ପାନି ଭର୍ଜିନ ଗାଲାକଟିକ୍ ମହାକାଶ ଅଭିଯାନ ଆରମ୍ଭ କରିବା ସହ ତାଙ୍କର ସ୍ବପ୍ନ ସାକାର ହୋଇଛି । ସେ ନିଜେ ମହାକାଶକୁ ଯାତ୍ରା କରିଥିଲେ । ଏହା ସହିତ ବିଶ୍ବରେ ମହାକାଶ ପର୍ଯ୍ୟଟନ ବା ଆଷ୍ଟ୍ରୋ ଟୁରିଜିମ୍ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ।

ଭର୍ଜିନ ଗାଲାକଟିକର ଯାତ୍ରୀବାହୀ ରକେଟ୍ ଭିଏସଏସ ୟୁନିଟି ଗତକାଲି ଭାରତୀୟ ସମୟ ସଂଧ୍ୟା ୮ଟା ୪୫ ମିନିଟ୍ ସମୟରେ ନ୍ୟୁ ମେକ୍ସିକୋରୁ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହି ମହାକାଶ ଯାନରେ ଭାରତୀୟ ବଂଶୋଦ୍ଭବ  ଶିରିସା ବନ୍ଦଲାଙ୍କ ସମେତ ମୋଟ ୬ ଜଣ ମହାକାଶଚାରୀ ମହାକାଶକୁ ଯାତ୍ରା କରିଥିଲେ । ମହାକାଶକୁ ଯାତ୍ରା କରିଥିବା ଏହି ଦଳର ନାଁ ରଖାଯାଇଛି ୟୁନିଟି-୨୨ । ବିଶ୍ବର ସବୁଠାରୁ ଧନୀବ୍ୟକ୍ତି ଜେଫ ବେଜୋସ ମଧ୍ୟ ଚଳିତ ମାସରେ ମହାକାଶ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର