୧୫ ବର୍ଷ ପୁରୁଣା ସର୍ବସାଧାରଣରେ ଅଶ୍ଳୀଳ ଆଚରଣ ମାମଲାରେ ଶିଳ୍ପା ନିର୍ଦ୍ଦୋଷରେ ଖଲାସ

ମୁମ୍ବାଇ: ମୁମ୍ବାଇର ଏକ ଅଦାଲତ ପ୍ରାୟ ୧୫ ବର୍ଷ ପୁରୁଣା ଅଶ୍ଳୀଳ ଆଚରଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଶିଳ୍ପା ହଲିଉଡ ଅଭିନେତା ରିଚାର୍ଡ ଗେରେଙ୍କ ଶିକାର ହୋଇଥିବା ଜଣାପଡିଛି। ଏପରିକି ଶିଳ୍ପାଙ୍କ ତରଫରୁ ଏହା ପୂର୍ବପ୍ରସ୍ତୁତି ନଥିଲା କି ଘଟଣାରେ ତାଙ୍କ ତରଫରୁ କୌଣସି ଷଡ଼ଯନ୍ତ୍ରର ଖିଅ ଥିଲା। ଏକ ସାଧାରଣ କାର୍ଯ୍ୟକ୍ରମରେ ଗେରେ ଶିଳ୍ପାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ଯାହା ପରେ ଉଭୟଙ୍କ ବିରୋଧରେ ସର୍ବସାଧାରଣରେ ଅଶ୍ଳୀଳ ଆଚରଣ ମାମଲା ରୁଜୁ କରାଯାଇଥିଲା।

ହେଲେ ରିଚାର୍ଡ଼ଙ୍କ ବିରୋଧରେ ଶିଳ୍ପା କୌଣସି ଅଭିଯୋଗ ଆଣି ନଥିବା ବେଳେ ଏ ନେଇ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇ ନଥିଲେ। ଏପରିକି ରିଚାର୍ଡ଼ ଯେତେବେଳେ ତାଙ୍କୁ ଚୁମ୍ବନ  କରୁଥିଲେ ଶିଳ୍ପା ତାଙ୍କୁ ବିରୋଧ କରି ନଥିଲେ ବୋଲି ମାମଲା ହୋଇଥିଲା।

Shilpa Shetty-Richard Gere Kissing Case: Court Calls Actress 'Victim' In Obscenity Case, Grants Her Relief

ମେଟ୍ରୋପଲିଟାନ କୋର୍ଟ କହିଛନ୍ତି ଯେ ଜାନୁଆରି ୧୮ ରେ ଶିଳ୍ପାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ଏ ବାବଦରେ ସବିଶେଷ ଆଦେଶ ସୋମବାର ଦିନ ଉପଲବ୍ଧ ହେଲା । ୨୦୦୭ ରେ ରାଜସ୍ଥାନରେ ଏଡସ୍ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମରେ ଶିଳ୍ପା ଏବଂ ରିଚାର୍ଡ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ରିଚାର୍ଡ ମଞ୍ଚ ଉପରେ ଶିଳ୍ପାଙ୍କ ଗାଲରେ ଚୁମ୍ବନ ଦେଇଥିଲେ, ଏହି କାରଣରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଆଇପିସି ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ବିଭିନ୍ନ ବିଭାଗ ଅନୁଯାୟୀ ଶିଳ୍ପା ଏବଂ ରିଚାର୍ଡଙ୍କ ବିରୋଧରେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ ନେଇ ମାମଲା ରୁଜୁ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୭ ରେ ରାଜସ୍ଥାନ କୋର୍ଟରୁ ମୁମ୍ବାଇକୁ ଏହି ମାମଲା ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର