ନୂଆଦିଲ୍ଲୀ : ଚନ୍ଦ୍ରଶେଖର ପେମସାନି ଗୁଣ୍ଟୁରରୁ ନବନିର୍ବାଚିତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ଏବଂ ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ଜଣେ ରାଷ୍ଟ୍ରମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ବୃତ୍ତିରେ ଡାକ୍ତର ଥିବା ୪୮ ବର୍ଷୀୟ ଚନ୍ଦ୍ରଶେଖରଙ୍କୁ ୧୮ତମ ଲୋକସଭା ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ କୁହାଯାଉଛି। ତାଙ୍କର ମୋଟ ସଂପତ୍ତିର ପରିମାଣ ୫୭୦୦ କୋଟି ଟଙ୍କା । ସେ ତାଙ୍କ ପାରିବାରିକ ସମ୍ପତ୍ତିରେ ଏହା ପୂର୍ବରୁ ଘୋଷଣା କରିସାରିଥିଲେ। ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୩,୪୪,୬୯୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଏବଂ ଏବେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ସାମିଲ ହୋଇଛନ୍ତି ।

Advertisment

ପୂର୍ବତନ ଟିଡିପି ସାଂସଦ ତଥା ଶିଳ୍ପପତି ଗାଲା ଜୟଦେବ ଏକ ପୋଷ୍ଟରେ ପେମସାନିଙ୍କୁ ତାଙ୍କ ନୂଆ ଭୂମିକା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ପାଇଁ ତାଙ୍କୁ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବା ପାଇଁ ବାର୍ତ୍ତା ଦିଆଯାଇଛି । ଚନ୍ଦ୍ରଶେଖର ପେମସାଣୀ ୟୁୱାର୍ଲ୍ଡ ନାମକ ଏକ ବିଶ୍ୱସ୍ତରୀୟ ଅନଲାଇନ ଶିକ୍ଷା ପ୍ଲାଟଫର୍ମ ମଧ୍ୟ ବିକଶିତ କରିଛନ୍ତି ଯାହା ଛାତ୍ରଛାତ୍ରୀଙ୍କୁ ବଡ଼ ସ୍ତରର ପରୀକ୍ଷା ପାଇଁ ଅନଲାଇନରେ ପ୍ରସ୍ତୁତ କରିଥାଏ ।