କେରଳ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଇଣ୍ଟରନେଟ ବ୍ୟବହାର ଏକ ‘ମୌଳିକ ଅଧିକାର’

କୋଚ୍ଚି: କେରଳ ହାଇକୋର୍ଟ ଗୁରୁବାର ଇଣ୍ଟରନେଟ୍‌ ବ୍ୟବହାରକୁ ‘ମୌଳିକ ଅଧିକାର’ ବୋଲି ଘୋଷଣା କରିଛନ୍ତି। କୋର୍ଟ ଏହି ଐତିହାସିକ ରାୟ ଶୁଣାଇ କହିଛନ୍ତି, ଇଣ୍ଟରନେଟ ବ୍ୟବହାର ସମ୍ବିଧାନ ଅନ୍ତର୍ଗତ ଥିବା ଶିକ୍ଷା ଓ ବ୍ୟକ୍ତିଗତ ଅଧିକାରର ଏକ ଅଂଶବିଶେଷ। ଏହି ରାୟ ଜଷ୍ଟିସ୍‌ ପି ବି ଆଶାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣିରେ କହିଥିଲେ। ଯେଉଁଥିରେ ଜଣେ ଛାତ୍ରୀ ଗାଲର୍ସ ହଷ୍ଟେଲରେ ଛାତ୍ରୀମାନଙ୍କୁ ମୋବାଇଲ ଫୋନ୍‌ ବ୍ୟବହାର ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ସ୍ୱର ଉଠାଇଥିଲେ।

କୋଝିକୋଡର ଚେଲାନୁରସ୍ଥିତ ଶ୍ରୀ ନାରାୟଣ କଲେଜରେ ଫାହିମା ସିରିନ ବି.ଏ ଇଙ୍ଗଲିସ୍‌ ଥର୍ଡ ସେମିଷ୍ଟାରରେ ପାଠପଢ଼ୁଛନ୍ତି। ଫାହିମା କଲେଜ ହଷ୍ଟେଲରେ ମୋବାଇଲ ବ୍ୟବହାର ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ କୋର୍ଟରେ ଏକ ଆବେଦନ କରିଥିଲେ। ହଷ୍ଟେଲ ନିୟମ ମୁତାବକ, ଛାତ୍ରୀମାନେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରି ପାରିବେ ନାହିଁ। ଏହାକୁ ନେଇ ଅନ୍ୟ ଛାତ୍ରୀମାନଙ୍କ ସହ ଫାହିମା ବିରୋଧ ପ୍ରଦର୍ଶନ କରିବା ସହିତ ଉଚ୍ଚନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିଲେ।

ଫାହିମାଙ୍କ କହିବାନୁସାରେ, ମୋବାଇଲ ଫୋନ୍‌ ବ୍ୟବହାର ବନ୍ଦ କରିବା ଦ୍ୱାରା ତାଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ୁଛି। କାରଣ ଇଣ୍ଟରନେଟ ଦ୍ୱାରା ପାଠପଢ଼ାକୁ ନେଇ ଅନେକ ସୂଚନା ମିଳିଥାଏ। କେବଳ ଏତିକି ନୁହେଁ ଏହି ପ୍ରତିବନ୍ଧ କେବଳ ଗାଲର୍ସ ହଷ୍ଟେଲରେ ପାଇଁ କରାଯାଇଥିବା ବେଳେ ବଏଜ ହଷ୍ଟେଲ ପାଇଁ ଏହାର କୌଣସି ପ୍ରତିବନ୍ଧକ ନାହିଁ। ଏହାଦ୍ୱାରା ଲିଙ୍ଗଗତ ଭେଦଭାବ ବି କରାଯାଇଛି।

ସମ୍ବନ୍ଧିତ ଖବର