ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କଠାରୁ ଅଧିକାର ଦାବି କରି ସେ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। ଲାଲୁ କହିଛନ୍ତି ଦିଲ୍ଲୀରେ ଅଧିକାର ମାଗିଲେ ଅବା ଅନୁରୋଧ କଲେ କିଛି ମିଳିବ ନାହିଁ। ଏହାକୁ ଛଡ଼େଇ ନେବାକୁ ପଡିବ।

Advertisment

ସେ ରେଳ ମନ୍ତ୍ରୀ ଥିବା ସମୟରେ ଛପରାରେ ନିର୍ମିତ ହୋଇଥିବା ରେଳ ଚକା କାରଖାନାର ଉଦାହରଣ ଦେଇଛନ୍ତି। ଲାଲୁ ପ୍ରଶ୍ନ କରିଛନ୍ତି ଯେ କେବଳ ଘୋଷଣା ବ୍ୟତୀତ ଏନଡିଏ ସରକାରଙ୍କଠାରୁ ୧୦ ବର୍ଷ ମଧ୍ୟରେ ବିହାର କ’ଣ ପାଇଛି?

ଲାଲୁ ଯାଦବ କହିଛନ୍ତି ୨୦୧୪ ରେ ୩୧ ଜଣ ସାଂସଦ, ୨୦୧୯ ରେ ୩୯ ଜଣ ସାଂସଦ ଏବଂ ୨୦୨୪ ରେ ୩୦ ଜଣ ସାଂସଦ ଥିବା ସତ୍ତ୍ୱେ ନୀତୀଶ କୁମାର ଦିଲ୍ଲୀରେ ଅଧିକାର ପାଇଁ ଅଧିଆ ପଡୁଛନ୍ତି। ତଥାପି ସେ କିଛି ପାଇ ନାହାନ୍ତି। ଲାଲୁ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏସବୁ ଲେଖିଛନ୍ତି।

ଲାଲୁ ଆହୁରି ଲେଖିଛନ୍ତି, '୨୨ ସାଂସଦଙ୍କ ଶକ୍ତିରେ ଆମେ ୨୦୦୪ରୁ ୨୦୦୯ମଧ୍ୟରେ ୫ ବର୍ଷରେ ବିହାରକୁ ୧ ଲକ୍ଷ ୪୪ ହଜାର କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲୁ। କିନ୍ତୁ ନୀତୀଶଙ୍କୁ କିଛି ବି ମିଳିନି।

ଲାଲୁ ଯାଦବ ଏକ ଲମ୍ବା ପୋଷ୍ଟରେ ଲେଖିଛନ୍ତି, ୨୦୦୪ ରୁ ୨୦୦୯ମଧ୍ୟରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ସୋନିଆ ଗାନ୍ଧୀଙ୍କ ସହଯୋଗରେ ୟୁପିଏ -୧ସରକାରଙ୍କ ଅମଳରେ ଦ୍ୱିତୀୟ ବୃହତ୍ତମ ଦଳ ହେବାର ଶକ୍ତି ଭାବେ ଆମେ ୧ ଲକ୍ଷ ଟଙ୍କା ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ ହାସଲ କରିଥିଲୁ। ବିକାଶ କାର୍ଯ୍ୟ ପାଇଁ ବିହାରକୁ ୧ ଲକ୍ଷ ୪୪ ହଜାର କୋଟି ସହାୟତା ରାଶି ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁପିଏ ସରକାରଙ୍କଠାରୁ ମିଳିଥିବା ଟଙ୍କାରେ ବିହାରରେ ରାସ୍ତା, ବ୍ରିଜ୍, ବିଦ୍ୟୁତ୍, ରେଳ ଲାଇନ ଏବଂ କାରଖାନା ନିର୍ମାଣ କରାଯାଇଥିଲା।

ନୀତୀଶ କୁମାର ୟୁପିଏ ସରକାରଙ୍କଠାରୁ ନେଇଥିବା ଟଙ୍କାରେତାଙ୍କ ଭାବମୂର୍ତ୍ତିକୁ ପଲିସ୍ କରିଛନ୍ତି। ଲାଲୁ କହିଛନ୍ତି ମୁଁ ପ୍ରଚାରରେ ବିଶ୍ୱାସ କରେ ନାହିଁ। ମୁଁ ତୃଣମୂଳସ୍ତରରେ କାର୍ଯ୍ୟ କରିଥାଏ। ଛପରା ରେଳ ଚକ କାରଖାନାର ଉଦାହରଣ ଦେଇ ଲାଲୁ ଯାଦବ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ୨ ଲକ୍ଷରୁ ଅଧିକ ଚକ ତିଆରି କରାଯାଇଛି। ବିହାରରେ ନିର୍ମିତ ଏହି ଚକଗୁଡିକ ଦେଶର ବିକାଶରେ ସହାୟକ ହେଉଛି।

ଏହା ପ୍ରଥମ ଥର ଥିଲା ଯେ କୌଣସି ବିଦେଶୀ ସହାୟତା ବିନା ଭାରତରେ ଏତେ ବଡ କାରଖାନା ନିର୍ମାଣ କରାଯାଇଥିଲା। ଏହା ଭାରତୀୟ ରେଳବାଇର ଦକ୍ଷତା ଏବଂ ପାରଦର୍ଶିତାର ଫଳାଫଳଥିଲା ବୋଲି ସେ କହିଛନ୍ତି।