ରାଜପଥରେ ଚାଲିଲେ ଅଶ୍ଵାରୋହୀ ଯବାନ ଓ ମିସାଇଲ ଖଚିତ ଯୁଦ୍ଧ ଗାଡି, କାହିଁକି ଜାଣନ୍ତୁ ?

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ(ଜାନୁୟାରୀ ୨୬) ପାଇଁ ଆଜି ରାଜପଥରେ ରିହରସଲ ପରେଡ କରାଯାଇଛି | ଏଥିରେ ଭାରତୀୟ ସେନାର ଯବାନଙ୍କ ସହ ମିସାଇଲ ଖଚିତ ଯୁଦ୍ଧ ବାହନ ଦେଖିବାକୁ ମିଳିଥିଲା | ଏହି ରିହରସଲରେ ଯୁଦ୍ଧାସ୍ତ୍ର ଆକାଶ ସହ ଆଣ୍ଟି ମିସାଇଲ ସିଷ୍ଟମ ଦେଖିବାକୁ ମିଳିଥିଲା | ଆଜି ମଧ୍ୟାହ୍ନରେ ଏହି ରିହରସଲ କରାଯାଇଥିବାବେଳେ ରାଜପଥରେ ସର୍ବସାଧାରଣଙ୍କ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା | ଦିଲ୍ଲୀ ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୨୫ ଦିନ ସନ୍ଧ୍ୟା ୬ଟାରୁ ଜାନୁୟାରୀ ୨୬ ପ୍ୟାରେଡ଼ ସମ୍ପୂର୍ଣ୍ଣ ହେବ ଯାଏଁ ବିଜୟ ଚୌକରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ସର୍ବସାଧାରଣ ଯାତାୟାତ ପ୍ରତିବନ୍ଧକ ରହିବ |

Photo-ANI

ସେହିପରି ଦିଲ୍ଲୀକୁ ଯୋଡ଼ୁଥିବା କିଛି ମୁଖ୍ୟ ରାସ୍ତା ମଧ୍ୟ ୨୫ ଜାନୁୟାରୀରୁ ପ୍ୟାରେଡ଼ ସମ୍ପୂର୍ଣ୍ଣ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବ | ଏଠାରେ ସୂଚନା ଥାଉ କି ପ୍ୟାରେଡ଼ ମାଧ୍ୟମରେ ଭାରତ ଦୁନିଆକୁ ନିଜର ପରାକ୍ରମ ଦେଖାଇଥାଏ | ପ୍ୟାରେଡ଼ରେ ଭାରତର ଶକ୍ତିଶାଳୀ ସେନା ସହ ଵିଧ୍ଵଂସକାରୀ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପ୍ରଦର୍ଶିତ କରାଯାଇଥାଏ |

ଏଥର ପ୍ୟାରେଡ଼ରେ ବାୟୁସେନା ପକ୍ଷରୁ ୧୪୮ ଜଣ ସଦସ୍ୟ ଅଂଶଗ୍ରହଣ କରିବେ | ବାୟୁସେନା ପକ୍ଷରୁ ଏଥର ୪୧ଟି ବିମାନ ଅଂଶଗ୍ରହଣ କରିବେ | ଏଥିରେ ଆପାଚେ ଓ ଚିନୁକ ହେଲିକପ୍ଟର ମଧ୍ୟ ସାମିଲ ହେବେ | ଏହା ଛଡା ରାଫେଲ ଓ ଅନ୍ୟ ଯୁଦ୍ଧ ବିମାନର ନମୁନାକୁ ପ୍ରଦର୍ଶିତ କରାଯିବ |

ସମ୍ବନ୍ଧିତ ଖବର