ଦେଶର ବୃହତ୍ତମ ତରଳ ଅମ୍ଳଜାନ ଉତ୍ପାଦନକାରୀରେ ପରିଣତ ହେଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ହସପିଟାଲଗୁଡ଼ିକୁ ମାଗଣାରେ ଯ଼ୋଗାଉଛି

ମୁମ୍ବଇ : ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି । ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କଂପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛି, ଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି । ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି ।

 

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲାଏନ୍ସ ପକ୍ଷରୁ ଭାରତରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ସ୍ଥିତି ମଜଭୁତ କରିବାକୁ ଜାମନଗରଠାରେ ଦୁଇସୂତ୍ରୀ ଆଭିମୁଖ୍ୟ କାର୍ଯ୍ୟକାରୀ କରାଯାଉଛି । ପ୍ରଥମତଃ ରିଲାଏନ୍ସର ଜାମନଗର ଏବଂ ଅନ୍ୟାନ୍ୟ ୟୁନିଟରେ ଥିବା ଶିଳ୍ପଭିତିକ ପ୍ରକ୍ରିୟାରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଉଛି । ଦ୍ୱିତୀୟରେ ଉତ୍ପାଦିତ ଅମ୍ଳଜାନକୁ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସୁରୁଖୁରୁରେ ଓ ନିରାପଦରେ ପଠାଇବାକୁ ବୋଝେଇ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁସଂହତ କରାଯାଉଛି । କୋଭିଡ ମହାମାରୀ ପୂର୍ବରୁ ରିଲାଏନ୍ସ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁନଥିଲା । ତେବେ ରିଲାଏନ୍ସର ଇଞ୍ଜିନିୟରମାନେ ଖୁବ କମ ସମୟ ମଧ୍ୟରେ ବିଶୋଧନାଗାର ଏବଂ ପେଟ୍ରୋରସାୟନ ଗ୍ରେଡ ଅମ୍ଳଜାନ ଉତ୍ପାଦନ ଡିଜାଇନକୁ ଅତ୍ୟନ୍ତ ଶୁଦ୍ଧ ମେଡିକାଲ ଗ୍ରେଡ ଅମ୍ଳଜାନରେ ରୂପାନ୍ତରିତ କରିବା ଏବଂ ଉତ୍ପାଦନ ବୃଦ୍ଧି କରିବାକୁ ସକ୍ଷମ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର