ଟିକ୍-ଟକକୁ କିଣିବ ରିଲାଏନ୍ସ !

ନୂଆଦିଲ୍ଲୀ: ଭାରତରୁ ଟିକ୍-ଟକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ପୁଣି ଥରେ ଟିକ୍-ଟକର ବ୍ୟବହାର ପୁନର୍ବାର ଆରମ୍ଭ ହୋଇପାରେ ବୋଲି ଜଣା ପଡ଼ିଛି। ଟେକ୍ କ୍ରଞ୍ଚର ଏକ ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଟିକ୍-ଟକରେ ନିବେଶ କରିବାକୁ ଆଲୋଚନା କରୁଛି।

ସୂଚନାଯୋଗ୍ୟ ଯେ, ଜୁନ ୧୩ରେ ଭାରତ-ଚୀନ ସେନା ମଧ୍ୟ‌ରେ ଗଲୱାନଠାରେ ସଂଘର୍ଷ ହୋଇଥିବା ବେଳେ ୨୦ଜଣ ଯବାନ ସହିଦ୍ ହୋଇଥିଲେ। ଚୀନ୍ ଏହି ଆକ୍ରମଣର ଜବାବ ଦେବା ପାଇଁ ଜୁନ୍ ୨୯ଠାରୁ ଟିକ୍ ଟକ୍ ଆପ୍ ବ୍ୟବହାର ଭାରତରେ ବନ୍ଦ କରାଯାଇଥିଲା ଏବଂ ଏହା ସହିତ ଅନ୍ୟାନ୍ୟ ୪୯ଟି ଚାଇନିଜ୍ ଆପର ବ୍ୟବହାର ଉପରେ କଟକଣା ଲଗାଯାଇଥିଲା। ତେବେ ପ୍ରତିବନ୍ଧକ ଲାଗିବା ପରେ ଟିକ୍-ଟକର ବ୍ୟବସାୟରେ ଅଧିକ ପ୍ରଭାବ ପଡ଼ିଛି। କିଛି ଦିନ ତଳେ ଅମେରିକୀୟ କମ୍ପାନି ମାଇକ୍ରୋସପ୍ଟ ଟିକ୍-ଟକକୁ କିଣିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଭାରତୀୟ କମ୍ପାନି ରିଲାଏନ୍ସ ଟିକ-ଟକକୁ କିଣିବା ପାଇଁ ଯୋଜନା କରୁଥିବା ଖବର ସାମ୍ନାକୁ ଆସିଛି। କିଛି ଦିନ ଧରି ଟିକ୍-ଟକର ମୂଳ କମ୍ପାନି ବାଇଟଡାନ୍ସ ଏବଂ ରିଲାଏନ୍ସ ମଧ୍ୟରେ ଏ ନେଇ ଅଲୋଚନା ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆଲୋଚନା ଶେଷ ହୋଇ ନଥିବା ସୂଚନା ମିଳିଛି।

How TikTok is giving Facebook a run for its money during India's ...
The Financial Express

ବିଭିନ୍ନ ସୂତ୍ରରୁ ଏହି ଖବର ସାମ୍ନାକୁ ଆସିଥିବା ବେଳେ ଦୁଇ କମ୍ପାନି ଏ ନେଇ ପ୍ରତିକ୍ରିୟା ରଖି ନାହାନ୍ତି।

ସମ୍ବନ୍ଧିତ ଖବର