ମୁମ୍ଵାଇ: ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପ୍ରତିଦିନ ଡ୍ରଗ୍ସ ମାମଲାକୁ କେନ୍ଦ୍ର କରି ନୂଆନୂଆ ତଥ୍ୟ ସାମ୍ନାକୁ ଆଣୁଛି। ଏହି କ୍ରମରେ କ୍ରାଇମ୍ ବ୍ରାଞ୍ଚ ଜଣେ ଡେଲିଭେରି ବଏକୁ ଡ୍ରଗ୍ସ ଚାଲାଣ କରୁଥିବା ଅପରାଧରେ ଗିରଫ କରିଛି । ପ୍ରକାଶିତ ଖବର ମୁତାବକ ରିୟା ଚକ୍ରବର୍ତ୍ତୀଙ୍କ ମାମଲା ପରେ ଗିରଫ ଅଭିଯୁକ୍ତ ଜଣକ ଦୁଇଗୁଣା ମୂଲ୍ୟରେ ଡ୍ରଗ୍ଦ ବିକ୍ରି କରୁଥିଲା।
କ୍ରାଇମବ୍ରାଞ୍ଚର ଡେପୁଟି କମିଶନର ଆକବର ପଠାନ କହିଛନ୍ତି ଯେ ଆମେ ଏହି ଘଟଣାରେ ୪୦ବର୍ଷିୟ ଉସମାନ ଶେଖକୁ ଗିରଫ କରିବା ସହିତ ତା’ଠାରୁ ଏକ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛୁ। ଜବତ ହୋଇଥିବା ଫୋନରୁ ବିଭିନ୍ନ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି। ତେବେ ଜବତ ହୋଇଥିବା ଫୋନର ହ୍ବାଟସ୍ ଆପ ଚାର୍ଟରେ କିଛି ସିନେମା ଶବ୍ଦ ଲେଖାଥିବା ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି କି ବଲିଉଡ ସହିତ ଲିଙ୍କ ଥାଇପାରେ।

ଉସମାନ ଶେଖର କହିବାନୁସାରେ, ମଡେଲିଂ ଓ ଟିଭି ଧାରାବାହିକ ଦୁନିଆରେ ସଂଘର୍ଷ କରୁଥିବା ଲୋକମାନଙ୍କୁ ସେ ଏହି ଡ୍ରଗ୍ସ ବିତରଣ କରିଥାଏ। ରିୟା ଚକ୍ରବର୍ତ୍ତୀ ତଥା ବହୁ ଡ୍ରଗ୍ ବେପାରୀଙ୍କୁ ଗିରଫ କରାଯିବା ପରେ ମୁମ୍ବାଇରେ ଡ୍ରଗ୍ସ ବିକ୍ରି ଅତ୍ୟନ୍ତ କଡାକଡି ହୋଇ ଯାଇଛି। ଏଭଳି ପରିସ୍ଥିତିରେ ସେ ଡ୍ରଗ୍ସର ମୂଲ୍ୟକୁ ଦ୍ୱିଗୁଣିତ କରି ବିକ୍ରି କରୁଥିଲା। କାରଣ ସେ ଜାଣିଥିଲା ଯେ ଯେଉଁମାନେ ନିଶା ସେବନ କରନ୍ତି ସେମାନେ ଯେ କୌଣସି ମୂଲ୍ୟରେ ଡ୍ରଗ୍ସ କିଣିବାକୁ ରାଜି ହୋଇ ଯାଇଥାଆନ୍ତି।
ଡିସିପି ପଠାନ କହିଛନ୍ତି ଯେ କ୍ରାଇମ ବ୍ରାଞ୍ଚ ୟୁନିଟ୍ ୯କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା କି ଜଣେ ବ୍ୟକ୍ତି ଜୋମାଟୋ ପୋଷାକରେ ଡ୍ରଗ୍ ଏମଡି ବିତରଣ କରୁଛି। ଏହାପରେ କ୍ରାଇମ ବ୍ରାଞ୍ଚ ଜାଲ ବିଛାଇ ଉସମାନ ଶେଖରକୁ ବାଇକ୍ ନମ୍ବର ଏମଏଚ ୦୨ ଇଏକ୍ସ ୧୮୮୯ ସହିତ କାବୁ କରିଥିଲା। ଗିରଫ ପରେ ଶେଖର ନିକଟରୁ ୧୩୯ଗ୍ରାମ ଏମଡି ଡ୍ରଗ୍ସ ଜବତ କରିଥିଲା। ଜବତ ଡ୍ରଗ୍ସ ମୂଲ୍ୟ ପାଖାପାଖି ୫.୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Untitled-2-copy-6.jpg)