ନୂଆଦିଲ୍ଲୀ: ଆଇପିଏଲରେ ରିଙ୍କୁ ସିଂ କେକେଆର୍ ପାଇଁ ଖେଳନ୍ତି। କେକେଆରରେ ରିଙ୍କୁ ସିଂଙ୍କ ଭୂମିକା ଖୁବ ଗୁରୁତ୍ବପୂର୍ଣ୍ଣ। ଯାହାକି ତାଙ୍କ ଖେଳ ପ୍ରଦର୍ଶନରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଥାଏ। ରିଙ୍କୁ ୨୦୧୮ ରେ କେକେଆର୍ ସହିତ ଆଇପିଏଲ୍ ଡେବ୍ୟୁ କରିଥିଲେ। ଆଇପିଏଲ୍ ୨୦୨୩ ରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଲଗାତାର ପାଞ୍ଚଟି ଛକା ମାରି ସେ ଲାଇମଲାଇଟକୁ ଆସିଥିଲେ।
ଆଇପିଏଲ୍ ୨୦୨୪ ରେ କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଟାଇଟଲ୍ ଜିତିଥିଲା । ଏହି ବିଜୟରେ ରିଙ୍କୁ ସିଂଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ବିସିସିଆଇ ଆଇପିଏଲ ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପରବର୍ତ୍ତୀ ସିଜିନ ପୂର୍ବରୁ ମେଗା ନିଲାମର ଆୟୋଜନ କରାଯିବ । ଏହାପୂର୍ବରୁ ରିଙ୍କୁ ସିଂ ଦେଇଥିବା ଏକ ବିବୃତି ଆଲୋଡ଼ନ ସୃଷ୍ଟି କରିଛି। ରିଙ୍କୁ କେକେଆର ଛାଡ଼ି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରେ ଯୋଗ ଦେବାକୁ ଚାହୁଁଛନ୍ତି।
ରିଙ୍କୁ ସିଧାସଳଖ କହିଛନ୍ତି, ଯଦି ଆଇପିଏଲ୍ ୨୦୨୫ର ନିଲାମ ପୂର୍ବରୁ କେକେଆର (କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ) ମୋତେ ମୁକ୍ତ କରେ, ତେବେ ମୁଁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳକୁ ଯିବାକୁ ଚାହୁଁଛି।’ ରିଙ୍କୁଙ୍କ ଏହି ବିବୃତି ସାମ୍ନାକୁ ଆସିବା ପରେ କେକେଆର ପ୍ରଶଂସକ ଚକିତ ହୋଇଯାଇଛନ୍ତି।