ଛତିଶଗଡ଼ରେ ସାଂପ୍ରଦାୟିକ ହିଂସା, କିନ୍ତୁ ଉତ୍ତରପ୍ରଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ବଘେଲ

ନୂଆଦିଲ୍ଲୀ : ଏକ ଧାର୍ମିକ ପତାକାକୁ କାଢିନିଆଯିବାକୁ ନେଇ ଛତିଶଗଡ଼ର କଓ୍ବର୍ଦ୍ଧା ଜିଲ୍ଲାରେ ସାଂପ୍ରଦାୟିକ ହିଂସା ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କଓ୍ବର୍ଦ୍ଧା ସମେତ ୩ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି । କାଓ୍ବାର୍ଦ୍ଧାରେ ୧୪୪ ଧାରା ଲାଗୁ କରାଯାଇଛି । ଏହି ହିଂସାକାଣ୍ଡ ମାମଲାରେ ଏପର୍ଯ୍ୟନ୍ତ ପ୍ରାୟ ୫୮ ଜଣ ବ୍ୟକ୍ତି ଗିରଫ ହୋଇସାରିଲେଣି ।

ଗତ ୩ ତାରିଖରେ କଓ୍ବର୍ଦ୍ଧାର ଲୋହାରା ଛକରେ ଲାଗିଥିବା ଏକ ସଂପ୍ରଦାୟର ଧାର୍ମିକ ପତାକା କଢାଯିବାକୁ ନେଇ ଏହି ବିବାଦ ସୃଷ୍ଟି ହେବା ସହ ତାହା ହିଂସାକାଣ୍ଡରେ ପରିଣତ ହୋଇଥିଲା ।

ଗୋଟିଏ ପଟେ ଛତିଶଗଡ଼ରେ ସାଂପ୍ରଦାୟିକ ହିଂସା ଦେଖାଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଲଖିମପୁର ହିଂସାକାଣ୍ଡ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିବାକୁ ଉତ୍ତରପ୍ରଦେଶରେ ଅଛନ୍ତି ।

ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ୪ କୃଷକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ମୃତକଙ୍କ ପରିବାର ପିଛା ୫୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ସେହିପରି ଏହି ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ ମଧ୍ୟ ଏହି ସହାୟତା ଦିଆଯିବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର