ପ୍ୟାରିସ୍‌: ରବିବାର ଦିନ କତାର୍‌ରେ ଅନୁଷ୍ଠିତ ‘ଫିଫା ବିଶ୍ବକପ୍‌’ ଫାଇନାଲ୍‌ ‌ମ୍ୟାଚ୍‌ରେ ଫ୍ରାନ୍‌ସ୍‌କୁ ୪-୨ରେ ପରାସ୍ତ କରି ଆର୍ଜେଣ୍ଟିନା ‘ବିଶ୍ବକପ୍‌’ ନେଇଯିବା ପରେ ଫ୍ରାନ୍‌ସ କେତେକ ନଗରୀରେ ଦଙ୍ଗା ବ୍ୟାପିଥିବା କଥା ‘ନେକ୍‌ଷ୍ଟା ଟିଭି’ ରିପୋର୍ଟ କରିଛି।

Advertisment

ସଂଗୃହୀତ ସୂଚନା ଅନୁସାରେ, ଆକସ୍ମିକ ‘ପେନାଲ୍‌ଟି ସୁଟ୍‌ଆଉଟ୍‌’ରେ ଆର୍ଜେଣ୍ଟିନା ୪-୨ରେ ବିଜୟ ହାସଲ କରିବା ପରେ ପ୍ୟାରିସ୍‌, ନାଇସ୍‌ ଏବଂ ଲିୟନ୍‌ ନଗରୀରେ ଅଗଣିତ ଫୁଟ୍‌ବଲ୍‌ପ୍ରେମୀ ରାସ୍ତାକୁ ଚାଲି ଆସିଥିଲେ।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରାଯାଇଥିବା ଭିଡିଓରେ ଦେଖାଯାଉଛି, ପୁଲିସ କର୍ମଚାରୀମାନେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ପୁଲିସ କର୍ମଚାରୀମାନେ ଚେଷ୍ଟା କରୁଥିଲେ ବି ରାସ୍ତାଘାଟରେ ଗୋଳମାଳ ଚାଲିଥିଲା।

ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ଲାଗି ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିବା କଥା ‘ଦି ଡେଲି ମେଲ୍‌’ ରିପୋର୍ଟ କରିଛି।

publive-image Image Courtesy of OpIndia

ଜଣେ ‘ଟୁଇଟର୍‌’ ବ୍ୟବହାରକାରୀ କହିଛନ୍ତି, ଦଙ୍ଗାକାରୀମାନଙ୍କ ପାଖ ଦେଇ ଗାଡ଼ି ନେଇ ଯାଉଥିବା ବେଳେ ଲିୟନ୍‌ରେ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଦଙ୍ଗାକାରୀମାନେ ପତାକା ଘୋଡ଼ାଇ ହୋଇ ପୁଲିସ ଉପରକୁ ଟେକାପଥର, ବୋତଲ ଓ ବାଣ ଫିଙ୍ଗିଥିଲେ। ଫଳରେ ପୁଲିସ ଲୁହବୁହା ବାଷ୍ପ ଓ ପାଣିମାଡ଼ କରିଥିଲଶ। ହିଂସା ଘଟଣାରେ ଡଜନାଧିକ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି।

‘ଦି ସନ୍‌’ ରିପୋର୍ଟ ଅନୁସାରେ, ଉତ୍ତେଜନାଭରା ମ୍ୟାଚ୍‌ ଶେଷ‌ ହେବା ପରେ ଆଲୋକ ଓ ଆତସବାଜି ପ୍ରଦର୍ଶନ କରାଯିବା କ୍ଷଣି ଫ୍ରାନ୍‌ସ୍‌ର ରାଜଧାନୀ ପ୍ୟାରିସ୍‌ରେ ଥିବା ପ୍ରଖ୍ୟାତ ସାମ୍ପ୍‌ସ୍‌-ଏଲିସିଜ୍‌ରେ ଦଙ୍ଗାକାରୀ ଓ ପୁଲିସଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ସମଗ୍ର ଦେଶରେ ପ୍ରାୟ ୧୪,୦୦୦ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା କଥା ସରକାରୀ ଅଧିକାରୀମାନେ ‘ଦି ଡେଲି ମେଲ୍‌’କୁ କହିଛନ୍ତି।