ନୂଆଦିଲ୍ଲୀ: ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଏକ କାରାଗାରରେ ଗତକାଲି ଦଙ୍ଗା ହୋଇ ପ୍ରାୟ ୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି ଏବଂ ୩୭ ଜଣ ଆହତ ହୋଇଛନ୍ତି। କଲମ୍ବୋଠାରୁ ୧୫ କିମି ଉତ୍ତରରେ ମାହାରା କାରାଗାରରେ ଗତକାଲି ଏହି ଘଟଣା ଘଟିଛି। କିଛି କଏଦୀ କାରାଗାରରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ସେମାନେ କାରଗାର କବାଟକୁ ବଳପୂର୍ବକ ଖୋଲିବାକୁ ଚେଷ୍ଟା କରିବା ସମୟରେ କର୍ତ୍ତୃପକ୍ଷମାନେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଭୟଙ୍କର ହିଂସା ଉପୁଜିଥିଲା। କଏଦୀମାନେ କାରାଗାରର ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି। ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୭ ଜଣ ଆହତ ହୋଇଛନ୍ତି।
ଶ୍ରୀଲଙ୍କା ଜେଲ୍ରେ ଦଙ୍ଗା, ୮ ମୃତ
/sambad/media/post_attachments/wp-content/uploads/2020/12/654dgd64j65dg4j65dgj465djgdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)