ଆଜି ରାଜ୍ୟସଭାରେ ଆଗତ ହେବ ନାହିଁ ‘ତିନି ତଲାକ’ ବିଲ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ‘ତିନି ତଲାକ’ ବିଲ୍‌ ଆଗତ ହେବ ନାହିଁ । କେନ୍ଦ୍ରର ବିଜେପି ନେତୃତ୍ୱାଧିନ ସରକାର ରାଜ୍ୟସଭାରେ ବିଲ୍‌ ପାସ ନେଇ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ସହିତ ଆଲୋଚନା କରୁଛନ୍ତି। ମାତ୍ର ବିଲକୁ ନେଇ ଧୀରେ ଧୀରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠ ନ ଥିବା ଭାରତୀୟ ଜନତା ପାର୍ଟି ଓ ଏନଡିଏ ଏ ନେଇ କଂଗ୍ରେସ ସହଯୋଗ କରିବ ବୋଲି ଆଶା କରୁଛି। ସରକାର ବିଭିନ୍ନ ରାଜନୈତିକ ଦଳ ସହିତ ଆଲୋଚନା କରୁଛନ୍ତି, ସମ୍ଭବତଃ ଏହା ଆସନ୍ତାକାଲି (ବୁଧବାର) ରାଜ୍ୟସଭାରେ ଆଗତ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି।

ସୂଚନାଯୋଗ୍ୟ ଯେ ସୁପ୍ରିମ୍‌ କୋର୍ଟ ତିନି ତଲାକକୁ ବେଆଇନ୍‌ ବୋଲି ଘୋଷଣା କରିବା ପରେ ସରକାର ହଠାତ ତିନ ତଲାକ କହି ପତ୍ନୀଙ୍କୁ ଛାଡ଼ପତ୍ର ଦେଉଥିବା ମୁସଲମାନ ବ୍ୟକ୍ତିଙ୍କ ପାଇଁ ଆଇନ୍‌ ଅନୁଯାୟୀ, ଦଣ୍ଡ ବ୍ୟବସ୍ଥା କରିବା ପାଇଁ ସଂସଦରେ ବିଲ୍‌ ଆଣିଛନ୍ତି। ତିନି ତଲାକ ଦେଉଥିବା ବ୍ୟକ୍ତିଙ୍କୂୁ ୩ ବର୍ଷ କାରାଦଣ୍ଡ ବ୍ୟବସ୍ଥା ନେଇ ଏକ ବିଲ ଗତ ଗୁରୁବାର ଦିନ ସଂସଦର ଲୋକସଭାରେ ପାସ୍‌ ହୋଇ ଯାଇଛି। ତେବେ ଏହି ବିଲ୍‌ ପାସ ନେଇ ରାଜ୍ୟ ସଭାରେ ସମସ୍ୟା ରହିଛି। କାରଣ ସରକାର ରାଜ୍ୟ ସଭାରେ ବହୁମତରେ ନାହାଁନ୍ତି। ଏଥିପାଇଁ ଏନଡିଏ ସରକାରଙ୍କୁ କଂଗେସ ଉପରେ ନିର୍ଭର କରିବାକୁ ପଡ଼ିବ। ଏ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଯେ କଂଗ୍ରସ ସହିତ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହିତ ଏ ନେଇ ଆଲୋଚନା କରାଯାଉଛି, ଯେପରି ବିଲ୍‌ଟି ସହଜରେ ରାଜ୍ୟ ସଭାରେ ପାସ୍‌ ହୋଇ ପାରିବ। ତେବେ ଆଜି ଏହି ବିଲ୍‌ ରାଜ୍ୟ ସଭାରେ ଆଗତ ପାଇଁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ସରକାରୀ ଦଳକୁ ସହମତି ଯୋଗାଡ଼ କରିବା ପାଇଁ ସୁଯୋଗ ଦେବା ପାଇଁ ଏହା ଆସନ୍ତାକାଲି ସଂସଦରେ ଆଗତ କରାଯିବର ପାଇଁ ନିଷ୍ପତ୍ତି ହୋଇଛି। ତିନି ତଲାକ ବିଲ୍‌ ନେଇ କଂଗ୍ରେସ, ବାମଦଳ, ଏଆଏଡିଏମକେ, ଡିଏମକେ ଦଳଗୁଡ଼ିକ ବିଲ୍‌କୁ ସଂସଦୀୟ ପାନେଲକୁ ପଠାଇବା ପାଇଁ କହୁଛନ୍ତି।

ସମ୍ବନ୍ଧିତ ଖବର