ଚେନ୍ନାଇ: ନିଜ ପତ୍ନୀଙ୍କ ବିରୋଧରେ ନିର୍ଯାତନା ମାମଲା ଆଣିଛନ୍ତି ଜଣେ ନିର୍ଯାତିତ ସ୍ବାମୀ। ଟେକ୍ ଉଦ୍ୟୋଗୀ ପ୍ରସନ୍ନ ଶଙ୍କର ସୋସିଆଲ ମିଡିଆରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କୁ ତାଙ୍କ ପତ୍ନୀ (ଅଲଗା ହୋଇ ସାରିଥିବା) ଚେନ୍ନାଇ ପୁଲିସ୍‌ ଦ୍ୱାରା ହଇରାଣ କରୁଛନ୍ତି। 

Advertisment

ରବିବାର ସନ୍ଧ୍ୟାରେ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସରେ ଏକ ପୋଷ୍ଟ୍‌ କରି ଅଭିଯୋଗ କରିଛନ୍ତି ଯେ ଛାଡ଼ପତ୍ର ଓ ପିଲାର ହେପାଜତ ଲଢ଼େଇରେ ତାଙ୍କ ପତ୍ନୀ ତାଙ୍କୁ ହଇରାଣ କରୁଛନ୍ତି। 

ସିଙ୍ଗାପୁର-ଭିତ୍ତିକ ଏକ କ୍ରିପ୍ଟୋ ସୋସିଆଲ ନେଟୱାର୍କର ପ୍ରତିଷ୍ଠାତା ଶଙ୍କର ତାଙ୍କ ସ୍ତ୍ରୀଙ୍କର ପରକୀୟା ପ୍ରୀତି ବିଷୟରେ ଜାଣିବା ପରେ ପତି-ପତ୍ନୀ ମଧ୍ୟରେ ବିବାଦ ଉପୁଜିଥିଲା। ତେବେ ସେହି ବିବାଦ ଆଉ ଥମିବା ନାଁ ଧରୁନାହିଁ। ସେ ସୋସିଆଲ୍‌ ମିଡିଆରେ କରିଥିବା ପୋଷ୍ଟ୍‌ର ଏବେ ୮.୬ ମିଲିୟନ୍‌ରୁ ଅଧିକ ଭିୟୁ ହୋଇ ସାରିଲାଣି। 

ଶଙ୍କର ଦାବି କରିଥିଲେ ଯେ ତାଙ୍କ ସ୍ତ୍ରୀଙ୍କ ବିଶ୍ୱାସଘାତକର ପ୍ରମାଣ ପାଇବା ପରେ ସେ ଛାଡ଼ପତ୍ର ସମାଧାନ ପାଇଁ ଆବେଦନ କରିଥିଲେ। ଏହାରି ମଧ୍ୟରେ ତାଙ୍କ ପତ୍ନୀ ଘରୋଇ ହିଂସାର ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ ଏକ ମିଥ୍ୟା ପୁଲିସ ଅଭିଯୋଗ ଦାଖଲ କରାଯାଇଛି।

ଉଦ୍ୟୋଗୀ ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ସେମାନଙ୍କର ନଅ ବର୍ଷର ପୁଅକୁ ଆମେରିକାକୁ "ଅପହରଣ" କରି ନେଇଛନ୍ତି। ଯାହା ଫଳରେ ସେ ଏକ ଅନ୍ତର୍ଜାତୀୟ ଶିଶୁ ଅପହରଣ ମାମଲା ମଧ୍ୟ ଦାୟର କରିଛନ୍ତି।