ନୂଆଦିଲ୍ଲୀ : ଦେଶର ଚତୁର୍ଥ ରାଡାର ଇମେଜିଂ ଭୂ ନିରୀକ୍ଷଣ ଉପଗ୍ରହ ରିସାଟ୍-୨ ବିଆର୍-୧ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଇଛି। ଇସ୍ରୋର ପିଏସ୍ଏଲଭି-ସି୪୮ ରକେଟ୍ ଦ୍ବାରା ଏହି ଉପଗ୍ରହ ସହ ୯ଟି ବିଦେଶୀ ଉପଗ୍ରହର ମଧ୍ୟ ଆଜି ସଫଳ ଉତ୍କ୍ଷେପଣ କରାଯାଇଛି। ଏହି ମହାକାଶ କେନ୍ଦ୍ରରୁ ପିଏସ୍ଏଲ୍ଭି-ସି୪୮ ରକେଟ୍ ଛାଡ଼ିବାର ପ୍ରାୟ ୧୬ ମିନିଟ୍ ପରେ ୬୨୮ କିଲୋଗ୍ରାମର ରିସାଟ୍-୨ବିଆରୱାନ୍ ୫୭୬ କିମି ଦୂର କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଏହାର ପରବର୍ତ୍ତୀ ୯ ମିନିଟ୍ରେ ରକେଟ୍ ଅନ୍ୟ ୯ଟି ବିଦେଶ ଉପଗ୍ରହକୁ ସେମାନଙ୍କ କକ୍ଷପଥରେ ଅବସ୍ଥାପିତ କରିଥିଲା। ଏହି ବିଦେଶୀ ଉପଗ୍ରହଗୁଡ଼ିକ ଜାପାନ, ଇଟାଲି, ଆମେରିକା ଏବଂ ଇସ୍ରାଏଲ୍ର। ଆଜିର ଉତ୍କ୍ଷେପଣ ସହ ଇସ୍ରୋ ଏ ପର୍ଯ୍ୟନ୍ତ ୩୩ଟି ଦେଶର ପ୍ରାୟ ୩୧୯ଟି ବିଦେଶୀ ଉପଗ୍ରହ ଉତ୍କ୍ଷେପଣ କରିଛି। ରିସାଟ୍-୨ବିଆର୧ର ଜୀବନକାଳ ୫ ବର୍ଷ ରହିଛି। ରିସାଟ୍-୨ବିଆରୱାନ୍ ସାମରିକ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଏହା କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା ସହାୟତା କ୍ଷେତ୍ରରେ ମଧ୍ୟ ବିଶେଷ ଭୂମିକା ନିର୍ବାହ କରିବ। ସୀମା ଉପରେ ଏହା ଅହରହ ନଜର ରଖିବ। ଇସ୍ରୋ ଅଧ୍ୟକ୍ଷ କେ ଶିବନ ଆଜିର ସଫଳତା ପାଇଁ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶିବନ କହିଛନ୍ତି, ରିସାଟ୍-୨ବିଆର୧ ଏକ ଜଟିଳ ଉପଗ୍ରହ ଥିଲା କିନ୍ତୁ ଏହାକୁ ଖୁବ୍ କମ୍ ସମୟରେ ନିର୍ମାଣ କରାଯାଇଛି। ଏହାର ସଫଳ ଉତ୍କ୍ଷେପଣ ଆଉ ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।
ରିସାଟ୍-୨ବିଆର୍୧ର ସଫଳ ଉତ୍କ୍ଷେପଣ, ସୀମା ଉପରେ ନଜର ରଖିବ
/sambad/media/post_attachments/wp-content/uploads/2019/12/d5h4sf5h4sf564hsf564h56sf4hs65fh4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)