ଭୁବନେଶ୍ବର: ଲୋକପ୍ରିୟ ଅଭିନେତା ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି କହିଛନ୍ତି,‘ ଟ୍ୟାଲେଣ୍ଟର ପାଓ୍ୱାର ହାଉସ୍। ତାଙ୍କ ପରଲୋକ ଖବର ପାଇ ମୁଁ ସ୍ତବ୍ଧ।’
ଅଭିନେତା ଋଷି କପୁରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଶୋକ ପ୍ରକାଶ କରି କହିଛନ୍ତି,‘ ଋଷିଙ୍କ ବିୟୋଗ ଭାରତୀୟ ସିନେମା ପାଇଁ ବଡ଼ କ୍ଷତି।’
Saddened to learn about the passing away of veteran actor #RishiKapoor. Indian cinema has lost one of the iconic actors who had left an imprint with many memorable movies. My condolences to family, friends and fans. #RIP
— Naveen Patnaik (@Naveen_Odisha) April 30, 2020
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, ‘ ଭେଟେରାନ୍ ଅଭିନେତା ଋଷି କପୁରଙ୍କ ବିୟୋଗରେ ମୁଁ ମର୍ମାହତ। ଜଣେ ମହାନ କଳାକାରଙ୍କୁ ହରାଇଲା ସିନେ ଜଗତ । ଅଭିନୟ ମାଧ୍ୟମରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି । ବହୁ ସ୍ମରଣୀୟ ଚଳଚ୍ଚିତ୍ରରେ ଭଲ ଅଭିନୟ କରିଛନ୍ତି । ପରିବାର, ବନ୍ଧୁ ଓ ସମର୍ଥକଙ୍କୁ ମୋର ସମବେଦନା ।’