ନୂଆଦିଲ୍ଲୀ: ସିବିଆଇର ନିୟମିତ ନିର୍ଦ୍ଦେଶକ ଭାବେ ୧୯୮୩ ମସିହାର ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ ଅଫିସର ଋଷି କୁମାର ଶୁକ୍ଳା ଆଜି ସକାଳେ ଦାୟିତ୍ୱ ନେଇଛନ୍ତି। ଶ୍ରୀ ଶୁକ୍ଳା ଆଜି ସକାଳେ ସିବିଆଇ ମୁଖ୍ୟ ଦପ୍ତରରେ ପହଞ୍ଚିବା ପରେ ସେ କାମଚଳା ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ ଶନିବରେ ଦିନ ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା। ଏଥିରେ ଋଷି କୁମାର ଶୁକ୍ଳାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ତିନିଜଣିଆ ଏହି ଚୟନ କମିଟିର ସଦସ୍ୟ ଥିବା ଲୋକସଭାରେ ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡଗେ ଋଷି କୁମାର ଶୁକ୍ଳାଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବାକୁ ବିରୋଧ କରିଥିଲେ। ମାତ୍ର ଅନ୍ୟ ଦୁଇ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ ଋଷି କୁମାର ଶୁକ୍ଳାଙ୍କୁ ସିବିଆଇ ନିର୍ଦ୍ଦଶକ ପଦରେ ନିଯୁକ୍ତି ଦେବା ପ୍ରସ୍ତାବ ଉପରେ ମୋହର ମାରିଥିଲେ। ସୂଚନାଯୋଗ୍ୟ ଯେ, ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବା ବେଳେ ମଧ୍ୟ ଲୋକସଭାରେ ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡଗେ ଏହାକୁ ବିରୋଧ କରିଥିଲେ। ପରେ ଯେତେବେଳେ ଏକ ବିବାଦୀୟ ପରିସ୍ଥିତିରେ ବର୍ମାଙ୍କୁ ପଦବିରୁ ହଟାଗଲା, ତାଙ୍କୁୁ ମଧ୍ୟ ଶ୍ରୀ ଖଡ଼ଗେ ବିରୋଧ କରିଥିଲେ।
ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଋଷି କୁମାର ଶୁକ୍ଳା
/sambad/media/post_attachments/wp-content/uploads/2019/02/CBI-Director_RK-Sukla_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)