ଲଣ୍ଡନ : ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଉ ପାଦେ ଆଗେଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ। ଜୁଲାଇ ୧୮ରେ (ଗତକାଲି) ହୋଇଥିବା ତୃତୀୟ ରାଉଣ୍ଡ୍ ଭୋଟ୍ରେ ଋଷି ସୁନକ ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ସମୁଦାୟ ୩୫୮ ଜଣ ସାଂସଦଙ୍କ ମଧ୍ୟରୁ ୩୫୭ ଜଣ ସେମାନଙ୍କର ମତଦାନ କରିଥିଲେ। ୨ୟ ରାଉଣ୍ଡରେ ସୁନକ ୧୦୧ଟି ଭୋଟ ପାଇଥିବାବେଳେ ତୃତୀୟ ରାଉଣ୍ଡ୍ରେ ତାଙ୍କୁ ୧୧୫ ଭୋଟ୍ ମିଳିଛି। ଲଗାତାର ତିନଟି ରାଉଣ୍ଡରେ ଆଗୁଆ ରହିବା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସୁନକଙ୍କ ପ୍ରାର୍ଥୀତ୍ବ ଆହୁରି ମଜବୁତ ହୋଇଛି ।
ଇଣ୍ଡିଆଟୁଡେକୁ ସାକ୍ଷାତ୍କାର ଦେଇ ବ୍ରିଟେନର ପୂର୍ବତନ ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ, ‘ଋଷି ଜଣେ ଭଲ ପ୍ରଧାନମନ୍ତ୍ରୀ ହୋଇ ଦେଖାଇଦେବେ। ଏହି କଥା ଧୀରେ ଧୀରେ ସତ ବୋଲି ପ୍ରମାଣିତ ହେବାରେ ଲାଗିଛି।’
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ପ୍ରଧାନମନ୍ତ୍ରୀ ଦୌଡ଼ରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ପେନ୍ନି ମୋରଡଣ୍ଟ। ତାଙ୍କୁ ମିଳିଛି ୮୨ ଭୋଟ୍। ୭୧ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ଲିଜ୍ ଟ୍ରସ୍।
ଋଷି ଗତ ୮ ତାରିଖରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ ଘୋଷଣା କରିବା ସହ ପ୍ରଚାର ଆରମ୍ଭ କରିଥିଲେ । ତାଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Untitled-49.jpg)