ଦିଲ୍ଲୀରେ ପୁଣି ବଢୁଛି ସଂକ୍ରମଣ, ସତର୍କ ହେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଦେଶ ଏବେ ଧୀରେ ଧୀରେ କରୋନା ମହାମାରୀର ପ୍ରକୋପରୁ ମୁକୁଳିବା ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର କଟକଣା ହଟାଇଦେଇଛନ୍ତି । ମାତ୍ର ଦିଲ୍ଲୀ ଓ ନିକଟବର୍ତ୍ତୀ ହରିୟାଣାରେ ପୁଣି କରୋନା ସଂକ୍ରମଣ ବଢିବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଦିଲ୍ଲୀରେ ଗୁରୁବାରଦିନ ୩୨୫ଟି ନୂଆ ସଂକ୍ରମଣ ମାମଲା ଦେଖାଯିବା ପରେ ଦିଲ୍ଲୀ ସରକାର ସତର୍କ ହୋଇଯାଇଛନ୍ତି । ସେହିପରି ହରିୟାଣାରେ ଗତ ୧୪ଦିନରେ ମୋଟ ୧୨୦୦ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ମଧ୍ୟରୁ କେବଳ ଗୁରୁଗ୍ରାମରେ ୧୦୦୦ ମାମଲା ଚିହ୍ନଟ ହୋଇଛି ।
ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯ଼େ ସଂକ୍ରମଣ ବଢୁଥିଲେ ବି ହସପିଟାଲରେ ରୋଗୀ ସଂଖ୍ୟା ବଢୁନାହିଁ । ଏଣୁ ଚିନ୍ତାର କୌଣସି କାରଣ ନାହିଁ । ସେହିପରି ସ୍କୁଲ ବନ୍ଦ କରିବାର ଯ଼ୋଜନା ନାହିଁ ବୋଲି ଉପମୁଖ୍ୟନ୍ତ୍ରୀ ମନିଷ ଶିସୋଦିଆ କହିଛନ୍ତି ।
ତେବେ ଦେଶରେ ପୁଣି ୪ର୍ଥ ଲହର ଆସିବାର ସମ୍ଭାବନା ଅଛି କି ? ଏସମ୍ପର୍କରେ ଦେଶର ଜଣାଶୁଣା ଭୁତାଣୁ ବିଶେଷଜ୍ଞ ଡ.ଗଗନଦୀପ କାଙ୍ଗ କହିଛନ୍ତି ଯ଼େ ଏବେଠାରୁ ତାହା କହିବା ଠିକ ହେବ ନାହିଁ । ତେବେ ଆମକୁ ସତର୍କତାର ସ୍ତର ପୂର୍ବବତ ରଖିବାକୁ ପଡିବ ।

ସମ୍ବନ୍ଧିତ ଖବର