ମହାରାଷ୍ଟ୍ରରେ ବୃଦ୍ଧି ପାଉଥିବା ସଂକ୍ରମଣ କରୋନା ତୃତୀୟ ଲହରର କାରଣ ପାଲଟିପାରେ! ଗବେଷକ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଜୁଲାଇ ମାସର ପ୍ରଥମ ୧୧ ଦିନ ମଧ୍ୟରେ ମହାରାଷ୍ଟ୍ରରେ ୮୮ ହଜାର ୧୩୦ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଏହି ରାଜ୍ୟ କରୋନାର ତୃତୀୟ ଲହରର କାରଣ ହୋଇପାରେ ବୋଲି ଗବେଷକମାନେ ମତ ରଖିଛନ୍ତି। ଗତ ୨ଟି ଲହରରେ ମଧ୍ୟ ମହାରାଷ୍ଟ୍ରରେ ଯେଉଁଭଳି ଭାବେ କରୋନା କାୟା ବିସ୍ତାର କରିଥିଲା ଏଥର ବି ସମାନ ପ୍ରଭାବ ରହିବ ବୋଲି ଅନୁମାନ ଲଗାଯାଉଛି।

ତେବେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କି ମହାରାଷ୍ଟ୍ରଠାରୁ ବି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଜୁଲାଇ ମାସର ପ୍ରଥମ ୧୦ ଦିନ ମଧ୍ୟରେ କେରଳରେ ୧ ଲକ୍ଷ ୨୮ ହଜାର ୯୫୧ କରୋନା ମାମଲା ଚିହ୍ନଟ ‌ହୋଇଥିବା ବେଳେ ଦ୍ବିତୀୟ ଲହରରେ ଦିଲ୍ଲୀର ୨୫ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ଜୁଲାଇ ପହିଲାରୁ ୧୧ ମଧ୍ୟରେ ମାତ୍ର ୮୭୦ ମାମଲା ଚିହ୍ନଟ ହୋଇଛନ୍ତି। ଦିଲ୍ଳୀରେ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଆମେ ଭାବିପାରିବା।

 

ସମ୍ବନ୍ଧିତ ଖବର