ରିତେଶ ଦେଶମୁଖଙ୍କ ଏହି ଟୁଇଟ ଦେଖି ବିମାନବନ୍ଦର ଅଫିସର ହେଲେ ସକ୍ରିୟ,ଭିଡିଓ ଦେଖି ମାନିଲେ ଭୁଲ

ନୂଆଦିଲ୍ଲୀ: ଗୁଜୁରାଟର ସୁରଟର କୋଚିଂ ସେଣ୍ଟରରେ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟି ପାଖାପାଖି ୨୦ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଏହି ଘଟଣା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ସୁରଟର ସ୍କୁଲ, କଲେଜ ଓ କେଜିଂ ସେଣ୍ଟରରେ ନିଆଁର ସୁରକ୍ଷାକୁ ନେଇ ଅଡିଟ କରିବାର ଆଦେଶ ଦେଇଛନ୍ତି। ଏହା ଏମିତି ଏକ ଘଟଣା ଥିଲା, ଯାହାକି ଏଯାଏଁ ଲୋକଙ୍କ ମନରୁ ଯାଇନାହିଁ। ଏମିତିରେ ବଲିଉଡ ଅଭିନେତା  ରିତେଶ ଦେଶମୁଖ ସୋମବାର ଏକ ଟୁଇଟ କରିଥିଲେ, ଏହି ଟୁଇଟରେ ସେ ହାଇଦ୍ରାବାଦ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାର ପୋଲ ଖୋଲି ଦେଇଥିଲା।

ରିତେଶ ସୋମବାର ହାଇଦ୍ରାବାଦ ବିମାନବନ୍ଦରକୁ ନେଇ ଦୁଇଟି ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଲୋକମାନେ ବିବ୍ରତ ଥିବା ନଜର ଆସିଥିଲେ। ପ୍ରଥମ ଭିଡିଓ ହାଇଦ୍ରାବାଦ ବିମାନବନ୍ଦର ଲାଉଞ୍ଜର, ଯେଉଁଠାରେ ଏଗଜିଟ ଗେଟକୁ ସମ୍ପୂର୍ଣ୍ଣ ଭାବେ ଝଞ୍ଜିରରେ ବନ୍ଦ କରାଯାଇଥିଲା ଏବଂ ବାହାର ଓ ଭିତରକୁ ଯିବା ପାଇଁ କେବଳ ଲିଫ୍ଟ ହେଉଛି ଏକମାତ୍ର ବିକଳ୍ପ। ଯାହାକି ବିଜୁଳି ନଥିବା ହେତୁ ବନ୍ଦ ରହିଥିଲା। ଏହି ଭିଡିଓକୁ ସେୟାର କରି ରିତେଶ ଲେଖିଥିଲେ, ଆକସ୍ମିକ ନିଆଁ ଲାଗିଲେ ଏକ ଶୋକପୂରଣ ବାତାବରଣ ଦେଖିବାକୁ ମିଳିବ।

ରିତେଶଙ୍କ ଦ୍ୱିତୀୟ ଭିଡିଓରେ ବିମାନବନ୍ଦର ସୁରକ୍ଷାକର୍ମୀ ପାସେଞ୍ଜର୍ସଙ୍କ କଥା ଉପରେ ଧ୍ୟାନ ଦେଉଥିବା ନଜର ଆସୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି କି, ବିମାନ ଛାଡ଼ି ନଦିଏ, ସେଥିପାଇଁ ଯାତ୍ରୀମାନେ ବାରମ୍ବାର କହିବା ପରେ ବି ସୁରକ୍ଷାକର୍ମୀ ଜୁରୁରୀକାଳିନ ଏଗଜିଟ ଗେଟ ଖୋଲିବାକୁ ମନା କରି ଦେଉଛନ୍ତି। ରିତେଶଙ୍କ ଏହି ଟୁଇଟ ପରେ ହାଇଦ୍ରାବାଦ ବିମାନବନ୍ଦର ତୁରନ୍ତ ସକ୍ରିୟ ହେଇଥିଲା ଓ ହାଇଦ୍ରାବାଦ ବିମାନବନ୍ଦର ଅଫିସର ରିତେଶଙ୍କ ଏହି ଟୁଇଟର ଉତ୍ତର ଦେଇ ନିଜ ଦେଷ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର