କରୋନା ମହାମାରୀ ପାଇଁ ବନ୍ଦ ପଡ଼ିଥିବା ଗଙ୍ଗା ନଦୀରେ ରିଭର୍ ରାଫ୍ଟିଙ୍ଗ୍ ଦୀର୍ଘ ୭ ମାସ ପରେ ଆରମ୍ଭ ହୋଇଛି

ଋଷିକେଶ: ପ୍ରଶାସନ ଠାରୁ ଅନୁମତି ମିଳିବା ପରେ ଦୀର୍ଘ ୭ ମାସ ପରେ ଗଙ୍ଗା ନଦୀରେ ରିଭର୍ ରାଫ୍ଟିଙ୍ଗ୍ ଆରମ୍ଭ ହୋଇଛି । କରୋନା ସଂକ୍ରମଣ ଏବଂ ମୌସୁମୀ ଋତୁ ଯୋଗୁଁ ଋଷିକେଶ ରାଫ୍ଟିଙ୍ଗ୍ ଜୋନ୍ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ସରକାରଙ୍କ ଦ୍ୱାରା ଗାଇଡଲାଇନ୍ ଜାରି ହେବା ପରେ ଆଡଭେଞ୍ଚର୍ ସ୍ପୋର୍ଟ୍ସ ଉପରେ ଲାଗୁ ହୋଇଥିବା କଟକଣା ହଟାଇ ଦିଆଯାଇଛି ।

River Rafting Course in Rishikesh Uttarakhand India | Adventure Nation
Adventure Nation

ଆଡଭେଞ୍ଚର ସ୍ପଟ୍ କୁହାଯାଉଥିବା ଋଷିକେଶକୁ ବର୍ତ୍ତମାନ କମ ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ସ୍ଥାନୀୟ ବ୍ୟବସାୟୀ ଆଶାବାଦୀ ହୋଇ ଉଠିଛନ୍ତି । ଦୀର୍ଘ ୭ ମାସ ହେଲା ମହାମାରୀ କରୋନା ଯୋଗୁଁ ପର୍ଯ୍ୟଟକଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିଲା। ଏଥିପାଇଁ ଅନେକଙ୍କ ଚାକିରି ଚାଲି ଯାଇଥିବାବେଳେ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ମଧ୍ୟ ପଡିଛି ।

ଗାଇଡଲାଇନ୍ ଜାରି ହେବା ପରେ ରବିବାର ଠାରୁ ସଠିକ ତାରିକାରେ ପର୍ଯ୍ୟଟକଙ୍କୁ ରାଫ୍ଟିଙ୍ଗ୍ ସୁବିଧା ମିଳିବା ଆରମ୍ଭ ହେବ। ତେବେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ନବରାତ୍ର ଓ ଛୁଟି ସିଜନ୍ ଥିବାରୁ ପର୍ଯ୍ୟଟକ ପୁଣି ଋଷିକେଶର ପରିଭ୍ରମଣ କରିବା ଆରମ୍ଭ କରିବେ । ଫଳରେ ରିଭର ରାଫ୍ଟିଙ୍ଗ ଦ୍ୱାରା ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀ  ରୋଜଗାର କରିପାରିବେ ।

ରିଭର୍ ରାଫ୍ଟିଙ୍ଗ୍ ରୋଟେସନ୍ କମିଟିର ଅଧ୍ୟକ୍ଷ ଦୀନେଶ ଭଟ୍ଟ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଅନୁମତି ମିଳିବା ପରେ ଗଙ୍ଗା ନଦୀରେ ରିଭର୍ ରାଫ୍ଟିଙ୍ଗ୍ ଆରମ୍ଭ କରାଯାଇଛି ।

ସମ୍ବନ୍ଧିତ ଖବର